Home ଜିଲ୍ଲା ପରିକ୍ରମା ସରିଲା ଶ୍ରୀକ୍ଷେତ୍ର ମହୋତ୍ସବ

ସରିଲା ଶ୍ରୀକ୍ଷେତ୍ର ମହୋତ୍ସବ

138

ପୁରୀ, ୨୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଉନ୍ନବିଂଶ ଶ୍ରୀକ୍ଷେତ୍ର ମହୋତ୍ସବ ଗତକାଲି ସନ୍ଧ୍ୟାରେ ଶରଧବାଲି ମୁକ୍ତାକାଶ ରଙ୍ଗମଂଚରେ ଉଦଯାପିତ ହୋଇଛି। ଶ୍ରୀକ୍ଷେତ୍ର ସୁରକ୍ଷା ଓ ପରମ୍ପରାର ବାର୍ତ୍ତା ପ୍ରଚାର କରିଛି ସାହିଯାତ। ପ୍ରଶାନ୍ତି ନୃତ୍ୟ ସଂଗୀତ ପରିଷଦ କଳାକାରଙ୍କର ନବଦୁର୍ଗା ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ପଶ୍ଚିମବଙ୍ଗ ଲୋକନୃତ୍ୟ ରାୟବେନ୍ସି ପରିବେଷଣ କରାଯାଇଥିଲା। ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପରିବେଷିତ ସମ୍ବଲପୁରୀ ନୃତ୍ୟ, ମାଟିମଣ୍ଡପ ସାହି ଆଖେଡା ପକ୍ଷରୁ ଆଦିତ୍ୟ ନାରାୟଣ ପଂଚମୁଖୀ ହନୁମାନ, ଦାମୋଦର ମହାପାତ୍ର ନବଶିରା, ଦୁର୍ଗାପ୍ରସାଦ ଦାସ ଓ ଅଶୋକ କୁମାର ସାହୁ ଦୁର୍ଗାମେଡ଼ ନୃତ୍ୟ କରିଥିଲେ। ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯାଗାଆଖେଡା କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପଜିଲ୍ଳାପାଳ ଭବତାରଣ ସାହୁ, ବାଲିସାହି ଆଖେଡା ସଭାପତି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଗୌଡବାଡ ସାହି ଆଖେଡା ସଂପାଦକ ଦାମୋଦର ମହାପାତ୍ର ଏବଂ କାଳୀକାଦେବୀ ସାହି ଆଖେଡା ସଭାପତି ନାରାୟଣ ମହାପାତ୍ର ମଂଚାସୀନ ଥିଲେ। ରବିନ୍ଦ୍ରନାଥ ସେନାପତି ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲାସଂସ୍କୃତି ଅଧିକାରୀ ଚୌଧୂରୀଅରବିନ୍ଦ ଦାସ, ପ୍ରାକ୍ତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ସାମନ୍ତରାୟ, ଗବେଷକ ଡଃ ଶ୍ରୀନିବାସ ଆଚାର୍ଯ୍ୟ ଏମଂ ସମାଜସେବୀ ଚକ୍ରଧର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.