Home ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ତିର୍ତ୍ତୋଲ ବ୍ଲକ ପରିଦର୍ଶନ

ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ତିର୍ତ୍ତୋଲ ବ୍ଲକ ପରିଦର୍ଶନ

106

ଜଗତସିଂହପୁର, ୨୭ା୧୨ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) ରାଜ୍ୟସରକାରଙ୍କ ୫ଟି ସଦସ୍ୟ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଶୁକ୍ରବାର ତିର୍ତ୍ତୋଲ ବ୍ଲକ ଗସ୍ତରେ ଆସି ୩ଟି ପଞ୍ଚାୟତ ପରିଦର୍ଶନ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଥମେ ଜଡତିରା ପଞ୍ଚାୟତ ଯାଇ ଅରଡା ଠାରେ ଥିବା ବସୁଧା ଯୋଜନାର ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହ ଏହାଦ୍ୱାରା କେତେଲୋକ ଉପକୃତ ହେବେ ଓ ଏହାର ସୁପରିଚାଳନା ନେଇ ଉପସ୍ଥିତ ବିଭାଗୀୟ ଅଧରକାରୀଙ୍କ ସହ ଆଲୋଚନା କରିଥିଲେ। ପରେ କୋଲର ପଞ୍ଚାୟତର ତାରତୋଲ ଯାଇ ସେଠାରେ ଆଖୁଚାଷ ନିମନ୍ତେ ସ୍ଥାପନ ହୋଇଥିବା ବୃହତ ଉଠା ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହ ଏହାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ମଧ୍ୟାହ୍ନରେ ଗରାମ ପଞ୍ଚାୟତ ଯାଇ ସେହି ପଞ୍ଚାୟତରେ ଜୀବିକା ମିଶନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରୋଜେକ୍ଟ ବୁଲି ଦେଖିଥିଲେ। ଏସମ୍ପର୍କରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଜ୍ଞାନଶକ୍ତି ପଞ୍ଚାୟତ ମହାସଂଘ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥରଲେ। ଏହି ମହାସଂଘ ଜରିଆରେ ଏସଏଚଜି ଗ୍ରୁପ ମାଧ୍ୟମରେ ସ୍ୱାବଲମ୍ବନ ପାଇଁ କରାଯାଉଥିବା ଉତ୍ପାଦକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଏହିସବୁ ଏସଏଚଜି ଦ୍ୱାରା ଋଣରେ ଅର୍ଥଆଣି କରାଯାଇ ଥିବା ମାଛଚାଷ, କୁକୁଡା ପାଳନ, ମସଲା ଗୁଣ୍ଡ ପ୍ରସ୍ତୁତି, ଆଚାର ପ୍ରସ୍ତିତି ଇତ୍ୟାଦି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଗରାମ ଗ୍ରାମରେ ଥିବା ମାଛଚାଷ ପୋଖରୀ ଓ କୁକୁଡା ଫାର୍ମ ବୁଲିଦେଖିଥିଲେ। ଏଥିରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପିଡି ସରୋଜକାନ୍ତ ମହାନ୍ତି, ମିଶନ ଶକ୍ତି ଜିଲା ସଂଯୋଜକ ପ୍ରେମ୍‌ସୀ ନାୟକ, ଓରମାସର ଜିଲା ପ୍ରତିନିଧି ସତ୍ୟସୁନ୍ଦର ପାଇଟାଳ, ବିଡିଓ ରଞ୍ଜନ କୁମାର ପରିଡା, ସିଡିପିଓ ନିବେଦିତା ବିଭୂତିରାୟ, ବିପିଏମ ଲିପିକା ଷଡଙ୍ଗୀ, ହକାରୀ ମତ୍ସ୍ୟ ଅଧିକାରୀ ବିକାଶ ସ୍ୱାଇଁ, ପୂର୍ବତନ ସରପଞ୍ଚ ଡା.କିଶୋର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.