Home ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

192

ଜଗତସିଂହପୁର-୨୭/୧୨ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) -ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ-ତଥା-ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ରଘୁନାଥପୁର ବ୍ଲକର ରଘୁନାଥପୁରରେ ଓଡିଶା ଜୀବିକା ମିଶନ ସହାୟତାରେ ମହିଳା ସ୍ୱୟଂ ସହାୟକ ଦଳ ଦ୍ୱାରା ପ୍ରସ୍ତୁତ କୁକୁଡା ଚାଷ ଓ ମତ୍ସ୍ୟଚାଷ ପରିଦର୍ଶନ କରିଥିଲେ। କୁକୁଡା ଓ ମାଛ ପାଇଁ କ୍ରୟ କରାଯାଉଥିବା ଖାଦ୍ୟ ନିଜେ ପ୍ରସ୍ତୁତ କଲେ ଅଧିକ ଲାଭବାନ୍ ହୋଇ ପାରିବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ। ଜଗନ୍ନାଥପୁର ଗ୍ରାମରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିବା ଚାଷ ବୁଲି ଦେଖିଥିଲେ। ଜଗନ୍ନାଥପୁର ଅଙ୍ଗନବାଡୀ କେନ୍ଦ୍ର ପରିଦର୍ଶନ କରି ପିଲା ଓ ଅଙ୍ଗନବାଡୀ କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଜଗନ୍ନାଥପୁର ଗ୍ରାମରେ ନାରାୟଣ ସାହୁଙ୍କ ବିଜୁ ପକ୍କାଘର ଓ ପାଇଖାନା ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଖଣ୍ଡତରୀ ଅଙ୍ଗନବାଡୀ କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ଖାଇବା କଥା ପଚାରି ବୁଝିଥିଲେ। ତାରପୁର ଠାରେ ନବଜ୍ୟୋତି କ୍ଲବ ଦ୍ୱାରା ନାବାର୍ଡ ସହାୟତାରେ ଓମ୍ ସାଇ ସେଲଫ୍ ହେଲପ୍ ଗ୍ରୁପର ରୁରାଲ୍ ମାର୍କେଟ ପରିଦର୍ଶନ କରିଥିଲେ। ଚିକିଣିଆ ଠାରେ ନିର୍ମିତ ହୋଇଥିବା ବିଦ୍ୟୁତ୍ ସବ୍‌ଷ୍ଟେସନ ଦେଖିଥିଲେ। ଜିଲ୍ଲ୍‌ାରେ ୧୫ଟି ସବ୍‌ଷ୍ଟେସନ ମଧ୍ୟରୁ ୧୦ଟି ସଂପୂର୍ଣ୍ଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ। ଏହାପରେ ତିର୍ତୋଲ ବ୍ଲକର ଜଡତିରା ଗ୍ରାମରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ବସୁଧା ଯୋଜନାରେ୨ଲକ୍ଷ ଲିଟର କାପାସିଟର ପାଇପ୍ ଓାଟର ସପ୍ଲାୟ ପ୍ରୋଜେକ୍ଟ ପରିଦର୍ଶନ କରି ଏହାର ଗଠନରେ ଥିବା ତୃଟୀ ସୁଧାରିବା ଓ ଏହାର ଫିନିସିଙ୍ଗ କାମ ତୁରନ୍ତ ଶେଷ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୋଲର ଠାରେ ଉଠା ଜଳ ସେଚନ ବିଭାଗ ଦ୍ୱାରା ଅଗଭୀର ନଳକୂପ ମାଧ୍ୟମରେ ଆଖୁଚାଷ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ତିର୍ତୋଲ ବ୍ଲକର ଗରାମ ପଂଚାୟତରେ ଓଡିଶା ଜୀବିକା ମିଶନ ଦ୍ୱାରା ନିର୍ମିତ ଗ୍ରାମ ପଂଚାୟତ ସ୍ତରୀୟ ଫେଡେରେସନ୍ (ଜି.ପି.ଏଲ୍‌.ଏଫ୍‌) ଗୃହରେ ମହିଳାମାନଙ୍କ ଋଣ, ପାଣି ଓ ସଂଚୟ ସଂପର୍କରେ ପଚାରି ବୁଝିଥିଲେ। ବ୍ୟକ୍ତିଗତ ହିତାଧିକାରୀଙ୍କ ଦ୍ୱାରା କୁକୁଡା ଚାଷ ପରିଦର୍ଶନ କରିଥିଲେ। ଏହାପରେ କୁଜଙ୍ଗ ବ୍ଲକରେ ଅଙ୍ଗନବାଡୀ କେନ୍ଦ୍ର, ରୁରାଲ ହାଉସିଂ ଓ.ଏଲ.ଏମ୍ ଦ୍ୱାରା ଟେରାକୋଟା କାମ ଓ ମେଡିକାଲ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଶାସନ ସଚିବଙ୍କ ସହ ଗସ୍ତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦ୍ଦେର୍ଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ସେସୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଜଗଦିଶ ସାହୁ, ଆର.ଡବ୍ଲ୍ୟୁ.ଏସ୍‌.ଏସ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିତରଂଜନ ଜେନା, ଉଠାଜଳ ସେଚନ ନିର୍ବାହୀ ଯନ୍ତ୍ରୀ, ବି.ଡି.ଓ, ରଘୁନାଥପୁର ଶ୍ରୀ ପଂଚାନନ ପାଇଟାଳ, ବି.ଡି.ଓ, ତିର୍ତୋଲ ଶ୍ରୀ ରଂଜନ କୁମାର ପରିଡା, ଓରମାସ୍ ଡେପୁଟୀ ସିଇଓ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ, ଓ.ଏଲ୍‌.ଏମ୍‌, ଡି.ପି.ଏମ୍‌, କୁଜଙ୍ଗ ବି.ଡି.ଓ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଶାସନ ସଚିବଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.