Home ଜଗତସିଂହପୁର ଖୋସାଲପୁର-ଗୋବର୍ଦ୍ଧନପୁର ଆର. ଏଣ୍ଡ୍ ବି. ରାସ୍ତା ମରାମତି କାର୍ଯ୍ୟ ଏକମାସ ନପୁରୁଣୁ ପିଚୁ ଉଠିଲାଣି

ଖୋସାଲପୁର-ଗୋବର୍ଦ୍ଧନପୁର ଆର. ଏଣ୍ଡ୍ ବି. ରାସ୍ତା ମରାମତି କାର୍ଯ୍ୟ ଏକମାସ ନପୁରୁଣୁ ପିଚୁ ଉଠିଲାଣି

179

ଜଗତସିଂହପୁର ୨୮/୧୨ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) : ତିର୍ତୋଲ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିନରେ ଥିବା ରାହାମା ଠାରୁ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ରାସ୍ତାର ଖୋସାଲପୁର ଠାରୁ ୩ କି.ମି. ପର୍ଯ୍ୟନ୍ତ ରାସ୍ତା ମରାମତି ଓ ପିଚୁକାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ପଥଚାରିଙ୍କ ଠାରୁ ପ୍ରକାଶ। ଏହି ୩ କି.ମି. ରାସ୍ତାରେ ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ରାସ୍ତାର ପୁର୍ବ ପିଚୁ ଉପରେ ନାମକୁ ମାତ୍ର ପିଚୁ ମିଶା ବଜୁରି ସାମାନ୍ୟ ମିଶା ଯାଇଥିବା ଦେଖିବାକୁ ମିଳିଛି। ଅବଶିଷ୍ଟ ୨ କି.ମି. ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ରାସ୍ତାରେ ପୁରୁଣା ପିଚୁକୁ ଖନନ କରନଯାଇ କିମ୍ବା ଆବଶ୍ୟକ ପରିମାଣରେ ମେଟାଲ ବିଛା ନଯାଇ କ୍ରସର ଏରିଆରୁ ଚିପ୍‌ସ ଗୁଣ୍ଡ ଠିକାଦାର ଆଣି ଏହି ରାସ୍ତାରେ ବିଛାଇ ତା ଉପରେ ପିଚୁମିଶା ବଜୁରି ଢାଳି ବିଲ୍ କରିନେଇଥିବା ସ୍ଥାନିୟ ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ କିମ୍ବା ଏସ.ଡି.ଓ. ଦିନେ ହେଲେ ଯାଇନାହାଁନ୍ତି। ୩ କି.ମି. ରାସ୍ତାର ମରାମତି ଓ ପିଚୁ କାମ ପାଇଁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ବାସ୍ତବରେ କିନ୍ତୁ ଏକ ତୃତୀୟାଂଶ ଅର୍ଥ ଏହି ରାସ୍ତା ପାଇଁ ଖର୍ଚ୍ଚ ହୋଇ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟବସାୟିକ ପେଣ୍ଠସ୍ଥଳୀ ରାହାମା ବଜାର ଉପରେ ନିର୍ଭଶୀଳ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା, ମହାକାଳପଡା ଓ ମାର୍ଶାଘାଇ କଟକର ସାଲେପୁର ନେମାଳ ତଥା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ହଜାର ହଜାର ଲୋକେ ଦୈନିକ ଗାଡି ମୋଟରରେ ଏହି ରାସ୍ତାରେ ଯାଆ ଆସ କରିଥାନ୍ତି। ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଯଥାପୂବଂ ତଥା ପର ଅବସ୍ଥାକୁ ଏହି ରାସ୍ତା ଆସିଯାଇଛି। ସ୍ଥାନେ ସ୍ଥାନେ ଗର୍ତ ଏହି ରାସ୍ତାରେ ସୃଷ୍ଟି ହେବା ସହିତ ଦୁଇ ପାଶ୍ୱର୍ରୁ ଏବଂ ରାସ୍ତା ମଝିରୁ ନୂତନ ପିଚୁ ପରସ୍ତ ପରସ୍ତ ଉଠି ଗଲାଣି। ବିଭାଗୀୟ ଯୋଜନା ମୁତାବକ କାର୍ଯ୍ୟ ହୋଇନଥିବା ଏହି ରାସ୍ତାର ବର୍ତମାନର ରୂପରେଖ ଓ ଅବସ୍ଥାରୁ ସ୍ପଷ୍ଟ ସୂଚନା ମିଳୁଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗ ତରଫରୁ ଫଲକ ଲଗାଯାଇ ସୂଚନା ସର୍ବସାଧାରଣଙ୍କ ନିମନ୍ତେ ଦିଆଯାଇ ନାହିଁ। ଖୋସାଲପୁର ଠାରୁ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ହୋଇଥିବା ଆର ଏଣ୍ଡ ବି ର ଏହି ରାସ୍ତା ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଏବେ ତଦନ୍ତ ସାପେକ୍ଷ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.