Home କେନ୍ଦୁଝର ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ପଣ୍ଡାପଡା ଠାରେ ବନ୍ଦ ପାଳନ

ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ପଣ୍ଡାପଡା ଠାରେ ବନ୍ଦ ପାଳନ

17

ହରିଚନ୍ଦନପୁର, ତା ୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ୩ଟି କୃଷି ସଂଶୋଧନ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ସର୍ବଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ବାନକୁ ନେଇ ବନ୍ଦ ପାଳନ କରାଯାଇଛି । ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲା ପଣ୍ଡାପଡାଠାରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନରେ ମହାସଂଘର ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ସଫଳ ହୋଇଛି । ମହାସଂଘ ପକ୍ଷରୁ ପଣ୍ଡାପଡା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବା ସହ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ କରାଯାଇଛି । କେବଳ ଜରୁରୀ ସେବାକୁ ଛାଡ଼ି ସମସ୍ତ ସେବା ସକାଳ ୬ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିଭଳି ଏହି ଆଇନକୁ ବିରୋଧ କରି ଜଙ୍ଘିରା ଠାରେ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରମୁଖ ଛକ ଗୁଡିକରେ ପଣ୍ଡାପଡା ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.