Home ଓଡ଼ିଶା ଗୋଳାବାରୁଦ କାରଖାନା ନିକଟରୁ ୨୫ କେଜିର ଅଜଗର ଉଦ୍ଧାର

ଗୋଳାବାରୁଦ କାରଖାନା ନିକଟରୁ ୨୫ କେଜିର ଅଜଗର ଉଦ୍ଧାର

209

ବଲାଙ୍ଗୀର ୨୯-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ପଂଚାୟତ ସ୍ଥିତ ବଡ଼ମାଲ ଗୋଳାବାରୁଦ କାରଖାନା ନିକଟ ପୁରୁଣା ଉଚ୍ଚ ବିଦ୍ୟାଳୟଠାରେ ଏକ ବଡ ଅଜଗର ସାପ ଥିବା ସ୍ଥାନିୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ଣ୍ଣପାତ ନକରି ବାରୁ ଅଜଗର ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆ ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୧ଟା ସମୟରେ ସ୍କୁଲରେ ସାପ ଥିବା ଖବର ପାଇବା ପରେ ସାପ ଧରାଳି ବିଶ୍ୱଜିତ ତାଣ୍ଡି ସାପଟିକୁ ଉଦ୍ଧାର କରିଥିଲେ। ସାପର ଲମ୍ବା ପ୍ରାୟ ୧୩ ରୁ ୧୪ ଫୁଟ ହେବ ଏବଂ ଓଜନ ପ୍ରାୟ ୨୫ କିଲୋଗ୍ରାମ ହେବ। ତେବେ ସାପକୁ ଉଦ୍ଧାର କରି ବଡ଼ମାଲ ଜଙ୍ଗଲରେ ଛାଡି ଦିଆ ଯାଇଥିବା ବିଶ୍ଵଜିତ ତାଣ୍ଡି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.