Home Coronavirus Outbreak ଆଜି ନୂଆ ଆକ୍ରାନ୍ତ ୧୨୦, ନୂଆଗାଁ ବିଡିଓଙ୍କୁ କରୋନା

ଆଜି ନୂଆ ଆକ୍ରାନ୍ତ ୧୨୦, ନୂଆଗାଁ ବିଡିଓଙ୍କୁ କରୋନା

108

ନୟାଗଡ଼, ୨୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଆଜି ନୟାଗଡ଼ ଜିଲାରେ ୧୨୦ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ନାଟୁଗାଁ ପଂଚାୟତରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନାଟୁଗାଁକୁ ନୟାଗଡ଼ ତହସିଲଦାର ଭିକାରି ସାହୁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ଦଳବେହେରାଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ ଖଣ୍ଡପଡ଼ା କୋଭିଡ କେୟାର ସେଂଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷିରେ ନୂଆଗାଁ ବ୍ଳକକୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍ କରାଯାଇଥିବାବେଳେ ବ୍ଳକକୁ ବିଶୋଧନ କରାଯିବ ନେଇ ସୂଚନା ମିଳିଛି। ତେବେ ବିଶେଷଖବର ଅନୁସାରେ ଓଡ଼ଗାଁ ବ୍ଳକ କୁରାଳ ଗ୍ରାମର ଜଣେ ହାଇସ୍କୁଲ ଶିକ୍ଷକଙ୍କର କରୋନା ଜନିତ ମୃତ୍ୟ ଘଟିଥିବା ଜଣାପଡ଼ିଛି। ସେ ଗତ ୨୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ତାଙ୍କୁ ପ୍ରଥମେ ଚାନ୍ଦପୁର ଓ ପରେ ସମ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.