Home ଜଗତସିଂହପୁର ଗୋରେଖନାଥ ପୀଠର ପାକଶାଳାରେ ବେଆଇନଭାବେ ତାଲାପକାଇବା ବିରୁଦ୍ଧରେ ପୁଜକ ସେବକଙ୍କ ଆମରଣ ଅନଶନ ପ୍ରତ୍ୟାହୃତ

ଗୋରେଖନାଥ ପୀଠର ପାକଶାଳାରେ ବେଆଇନଭାବେ ତାଲାପକାଇବା ବିରୁଦ୍ଧରେ ପୁଜକ ସେବକଙ୍କ ଆମରଣ ଅନଶନ ପ୍ରତ୍ୟାହୃତ

181

ଜଗତସିଂହପୁର, ୭/୧(ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) ଜିଲ୍ଲାର ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁ ଶ୍ରୀ ଗୋରେଖନାଥ ପୀଠରେ ଥିବା ପାକଶାଳା ବେଆଇନ ଭାବେ ଟ୍ରଷ୍ଟ ବୋର୍ଡ ତାଲାପକାଇବା ବିରୁଦ୍ଧରେ ଗତକାଲି ସକାଳୁ ପୂଜକ ଓ ସେବକ ମାନେ ମନ୍ଦିରେ ସମ୍ମୁଖରେ ଆମରଣ ଅନଶନ ରେ ବସିଥିଲେ। ଅନଶନ କରିବାର ୩୦ ଘଂଟା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରଶାଦ ମହାନ୍ତି ତିର୍ତୋଲ ଆଇ.ଆଇ.ସି କୃଷ୍ଣ ପ୍ରସାଦ ମିଶ୍ର ଏବଂ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଭଳଙ୍କୁ ଆନ୍ଦୋଳନ କାରୀଙ୍କ ନିକଟକୁ ପଠାଇଥିଲେ। ଆଇ.ଆଇ.ସି ଶ୍ରୀ ମିଶ୍ର ଏବଂ ଶ୍ରୀ ଭଳ ଅନ୍ନଶନ ସ୍ଥଳରେ ପହଚିଂ ଅନ୍ନଶନକାରୀ ପୂଜକ ଓ ସେବକ ମାନଙ୍କ ସହିତ ସରପଂଚ ବିଜୟ ସ୍ୱାଇଁ ଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ଆଶନ୍ତା ୯ ତାରିଖ ଗୋରେଖନାଥ ମଠ ପରିସରରେ ପୂଜକ ମାନଙ୍କର ଦଶ ଦଫା ଦାବି ସଂପର୍କରେ ଆଲୋଚନା କରାଯାଇ ସମାଧାନ କରାଯିବ ଏବଂ ଏହି ଆଲୋଚନାରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହିବାକୁ ପୂଜକ ମନେ ଦାବି କରିଥିଲେ। ଆଇ.ଆଇ.ସି ଶ୍ରୀ ମିଶ୍ର ଓ ଶ୍ରୀ ଭଳ ଏହାକୁ ଗ୍ରହଣ କରି ପ୍ରତିଶୃତି ଦେବା ପରେ ଅନ୍ନଶନ ପ୍ରତ୍ୟହୃତ ହୋଇଥିଲା। ପ୍ରକାଶ ଥାଉକି ଆଜକୁ ଆବହମାନ କାଳରୁ ରୋଷଘରରେ ପ୍ରସାଦ ପ୍ରସ୍ତୁତି କରାଯାଉଥିଲା। ମାତ୍ର ଉକ୍ତ ରୋଷଘରକୁ ଗୋରେଖନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟ ମାନେ ଗତ ୧ ତାରିଖ ସଂନ୍ଧ୍ୟାରେ ସମ୍ପୂର୍ଣ୍ଣ ବେଆଇନ ଭାବେ ମ୍ୟାନେଜିଂ ଟ୍ରଷ୍ଟି ଜଗତସିଂହପୁର ଉପଜିଲ୍ଲାପାଳ, ତହସିଲଦାର, ଥାନା ଆଇଆଇସିଙ୍କର ବିନା ସ୍ୱାକ୍ଷରରେ ରୋଷଘରକୁ ତାଲା ପକାଇଛନ୍ତି। ଏହା ଫଳରେ ଏହି ପ୍ରସିଦ୍ଧ କ୍ଷେତ୍ରକୁ ଓଡିଶାର ବିଭିନ୍ନ ଜିଲ୍ଲାର ଦୁର ଦୁରାନ୍ତରୁ ଆସୁଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ନପାଇ ଭୋକ ଉପାସରେ ଗତ ୭ ଦିନ ଧରି ଫେରୁଛନ୍ତି। ଶହ ଶହ ଭକ୍ତ ଶ୍ରଦ୍ଧାଳୁ ସେମାନଙ୍କ ମାନସିକ ଭୋଗ ଅନ୍ନପ୍ରସାଦକୁ ମଧ୍ୟ ରୋଷେଇ ନକରି ହତାଶ ହୋଇ ଫେରୁଛନ୍ତି। ମନ୍ଦିରର ସେବକ ମାନଙ୍କର ଦଶଦଫା ଦାବି ଗୁଡିକ ମଧ୍ୟରେ ସେବକ ଓ ପୁଜକ ମାନଙ୍କ ଦ୍ୱାରା ଭକ୍ତମାନଙ୍କର ମାନସିକ ଅନ୍ନପ୍ରସାଦ ପ୍ରସ୍ତୁତି ପୁର୍ବଭଳି ଅନୁମତି ଦିଆଯିବା ଏବଂ ତୁରନ୍ତ ରୋଷ ଘର ତାଲା ଖୋଲିବା, ମହାପ୍ରଭୁଙ୍କ ପୀଠ ନିକଟସ୍ଥ ସମସ୍ତ ଅଂଚଳକୁ ପରିସ୍କାର ପରିଚ୍ଛନ କରି ପବିତ୍ରତା ପୂର୍ବବତ ବଜାୟ ରଖିବା, ପୁଜା ନିତିକାନ୍ତିର ସମୟ ନିର୍ଘଂଟ ଓ ପାରମ୍ପରିକ ପର୍ବପର୍ବାଣୀ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାର୍ବଜନୀନ କରିବା। ପୂଜକ ସେବକ ମାନଙ୍କୁ ଆନ୍ନପ୍ରସାଦ ପ୍ରସ୍ତୁତି ନିମନ୍ତେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାର୍ଷିକ ଅର୍ଥ ପଇଠ ପାଇଁ ଦାବି ନକରିବା, ମାନସିକ ଅନ୍ନପ୍ରସାଦ ନିମନ୍ତେ ପୂର୍ବଭଳି ରସିଦରେ ମନ୍ଦିରର ଉନ୍ନତି ପାଇଁ ଧାର୍ଯ୍ୟ ଅର୍ଥ ଗ୍ରହଣ କରିବା, ସେବକ ଓ ପୁଜକ ମାନଙ୍କ ମଧ୍ୟରୁ ନିମ୍ନତମ ଜଣେ ଯୋଗ୍ୟ ବ୍ୟକ୍ତିକୁ ଟ୍ରଷ୍ଟ ବୋର୍ଡରେ ସଦସ୍ୟ ରୁପେ ଗ୍ରହଣ କରିବା, ଭକ୍ତ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା, ଭକ୍ତ ମାନଙ୍କ ପାଇଁ ସୁଲଭ ଶୈାଚାଳୟ ଖୋଲା ରଖିବା, ମନ୍ଦିର ବର୍ଷକୁ ଥରେ ରଙ୍ଗ କରିବା, ମନ୍ଦିର ଆଲୋକୀକରଣ କରିବା, ମନ୍ଦିର ପରିସରରୁ ମଦ, ନିଶାଶକ୍ତ ଓ ଆସାମାଜିକ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ କରିବା, ସି ସି କ୍ୟାମେରାକୁ ତୁରନ୍ତ ଚଳନକ୍ଷମ କରିବା, ପୀଠରେ କାର୍ଯ୍ୟରତ ସମସ୍ତ ପୁଜକ ଓ ସେବାୟତ ମାନଙ୍କୁ ପରିଚୟ ପ୍ରଦାନ ଓ ସୁରକ୍ଷା ବ୍ୟବସ୍ଥା, ସେବକ, ପୂଜକ ଓ ଭକ୍ତ ମାନଙ୍କ ଆପତି ଅଭିଯୋଗ ମତାମତ କୁ ଗ୍ରହଣ କରି କାର୍ଯ୍ୟକରିବା ଇତ୍ୟାଦି ୧୦ ଦଫା ଦାବି କରି ପୂଜକ ଓ ସେବକ ଯଥା ରମେଶ ଚନ୍ଦ୍ର ପଣ୍ଡା, ରଶ୍ମୀ ରଂଜନ ପଣ୍ଡା, ବିର କିଶୋର ଦାଶ, ନିରଞ୍ଜନ ଦାଶ, ଦିଲ୍ଲୀପ କୁମାର ପଣ୍ଡା, ବଳରାମ ଦାଶ, ନିହାର ରଂଜନ ପଣ୍ଡା, ସ୍ମୃତି ରଂଜନ ପଣ୍ଡା, ଗୋଲେଖ ବିହାରି ଦାଶ, ମନୋଜ କୁମାର ଦାଶ, କୈଳାସ ଚନ୍ଦ୍ର ଦାଶ, କୃଷ୍ଣ ଚନ୍ଦ୍ର ଦାଶ, ଆଲୋକ କୁମାର ପଣ୍ଡା, ଜ୍ଞାନ ରଂଜନ ପଣ୍ଡା, ପ୍ରଦିପ୍ତ କୁମାର ପଣ୍ଡା, ସୁଦର୍ଶନ ଦାଶ, ଜଗନ୍ନାଥ ଦାଶ, ବିପ୍ଲବ ବିଶ୍ୱ କଲ୍ୟାଣ ପଣ୍ଡା, ବିଣାପାଣି ପଣ୍ଡା, ରିତାରିଣୀ ପଣ୍ଡା, ସୁଜାତା ପଣ୍ଡା, ଟିକିଲି ଦାଶ, ଉର୍ମିଳା ଦାଶ, ସୋଲୋଚନା ଦାଶ, ପ୍ରିୟ ଦର୍ଶିନୀ ପଣ୍ଡା, ଦିପ୍ତୀମୟି ପଣ୍ଡା, ରେବତୀ ପଣ୍ଡା, ମମତା ପଣ୍ଡା, ଆରତୀ ଆଚାର୍ଯ୍ୟ, ପ୍ରେମଲତା ପଣ୍ଡା, ରଶ୍ମୀତା ପଣ୍ଡା, ଶଶୀଲତା ପଣ୍ଡା ପ୍ରମୁଖ ଆମରଣ ଅନଶନରେ ବସିଥିଲା ବେଳେ ଏହାକୁ ସରପଂଚ ବିଜୟ ସ୍ୱାଇଁ ସେହି ଓ୍ୟାର୍ଡସଭ୍ୟା ଛବିରାଣୀ ଦାଶ, ଓ୍ର‌୍ୟାଡ ସଭ୍ୟ ନାରାୟଣ ପାତ୍ର ସମେତ ୧୩ଗୋଟି ୱାର୍ଡର ୱାର୍ଡମେମ୍ବର, ସମାଜସେବୀ ଅମର ପ୍ରସାଦ ରାୟ, ନରେନ୍ଦ୍ର ଦାଶ, ନିରଞ୍ଜନ ମହାନ୍ତି ପ୍ରମୁଖ ଶତାଧୀକ ସ୍ଥାନୀୟ ଗ୍ରାମବାସୀ ପୂର୍ଣ୍ଣ ସମର୍ଥନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.