Home କେନ୍ଦୁଝର ଅବକାରୀ ଚଢ଼ାଉ ୬୦ ଲିଟର ମହୁଲୀ ମଦ ଜବତ ୪ ଗିରଫ

ଅବକାରୀ ଚଢ଼ାଉ ୬୦ ଲିଟର ମହୁଲୀ ମଦ ଜବତ ୪ ଗିରଫ

102

ପାଟଣା ୭-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) :କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ତରଫରୁ ମଙ୍ଗଳବାର ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ବେଆଇନ ମହୁଲୀ ମଦ ବ୍ୟବସାୟ କରୁଥିବା ଅଭିଯୋଗ ରେ ୪ଜଣ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ଏହି ଚଢ଼ାଉରେ ୬୦ଲିଟର ମହୁଲୀ ମଦ ଜବତ କରିବା ସହ ୨ଲିଟର ୭୦୦ ମି.ଲି.ଲିଟର ବିଦେଶୀ ମଦ ଜବତ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଲେ ପାଟଣା ଥାନା ଗାଲଫୁଲା ଗ୍ରାମର ଶୁକ୍ରାମୁଣ୍ଡା, ତୁରୁମୁଙ୍ଗା ଥାନା ହାତୀବାରି ଗ୍ରାମର ଗୋକୁଳ ନାଏକ, ଚାଙ୍ଗୁଆପଡା ଗ୍ରାମର ପରେଶ ମହାନ୍ତ, ଓ ଖିରେଇଟାଙ୍ଗିରି ଗ୍ରାମର ଶେଫାଳି ନାଏକ। ଏହି ଚଢ଼ାଉରେ ପାଟଣା ଅବକାରୀ ଇନିସପେକ୍ଟର ଦୀଲୀପ କୁମାର ତାଣ୍ଡି ଜନାର୍ଦନ ପଲେଇ ଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.