Home ଅପରାଧ ଗୋରୁ ଚୋରାଚାଲାଣ ବେଳେ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୨ ବଳଦ ମୃତ୍, ୨ ଗାଈ ଓ ୧...

ଗୋରୁ ଚୋରାଚାଲାଣ ବେଳେ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୨ ବଳଦ ମୃତ୍, ୨ ଗାଈ ଓ ୧ ବଳଦ ଗୁରୁତର

29

ହରିଚନ୍ଦନପୁର,ତା ୬ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧିନସ୍ଥ ବଡପିଛୁଳା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋରୁ ଚୋରା ଚାଲାଣ ବେଳେ ଏକ ନମ୍ବର ବିହୀନ ବୋଲେରୋ ଗାଡି ବଡପିଛୁଳା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଓଲଟି ପଡିଛି । ଘଟଣା ଅନୁଯାୟୀ ଶନିବାର ମଧ୍ୟରାତ୍ରି ସମୟରେ ୩ଟି ବଳଦ ଓ ୨ଟି ଗାଈକୁ ଏହି ନମ୍ବର ବିହୀନ ବୋଲେରୋ ଯୋଗେ ବଡପିଛୁଳା ଗ୍ରାମ ରସ୍ତା ଦେଇ ନେଇଥିଲେ । ତେବେ କୌଣସି କାରଣରୁ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗାଡ଼ିଟି ଓଲଟି ପଡିଥିବାର ଦୃଶ୍ୟ ସକାଳ ସମୟରେ ଗ୍ରାମବାସୀ ଦେଖି ପଣ୍ଡାପଡା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପଣ୍ଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଥିଲେ । ହେଲେ ଦୁର୍ଘଟଣାରେ ଉକ୍ତ ଗୋରୁଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ଟି ବଳଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଟି ଗାଈ ଓ ଗୋଟିଏ ବଳଦ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପ୍ରାଣୀ ଚିକିତ୍ସକ ଡ଼ ତ୍ରିନାଥ ମହାନ୍ତ ନିଜ ସହକର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଆହତ ଗୋରୁ ଓ ଗାଈଙ୍କ ଚିକିତ୍ସା କରିଛନ୍ତି । ପୋଲିସ ଉକ୍ତ ବୋଲେରୋକୁ ଜବତ କରି ନିଜ ଅକ୍ତିଆରକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଗ୍ରାମର ଲୋକେ ଘଟଣା ଦେଖି ଗାଡ଼ିର ପ୍ରକୃତ ମାଲିକ ଓ ସଂପୃକ୍ତ ଚାଲାଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.