Home ଅନୁଗୁଳ ଟ୍ରାକ୍ଟର ରୁ ଖସି ପଡି ଶିଶୁ ଶ୍ରମିକ ମୃତ

ଟ୍ରାକ୍ଟର ରୁ ଖସି ପଡି ଶିଶୁ ଶ୍ରମିକ ମୃତ

27

ପାଳଲହଡା,୬/୧୨(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ):ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ କ୍ରୁତିବାସପୁର ଗାଁ ନିକଟରେ ଟ୍ରାକ୍ଟରରୁ ଖସି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ନାବାଳିକା ହୋଇଥିବାର ଆଲୋଚନା ହେଉଛି l ସୂଚନା ଅନୁଯାୟୀ ଗତ ରବିବାର ୪୯ ନମ୍ବର ଜାତୀୟ ରାଜପଥଠାରୁ ଜମରଡିହ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧିନରେ ଚାଲୁଥିବା ରାସ୍ତା କାମରେ ସେ ନିୟୋଜନ ଥିବାବେଳେ ଟ୍ରାକ୍ଟରରୁ ପଡି ଗୁରୁତର ହୋଇ ପାଳଲହଡା ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ତାକୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅର୍ଥ ଅଭାବରୁ ତାକୁ ତା ପରିବାର ଲୋକେ କଟକ ଡ଼ାକ୍ତରଖାନାରୁ ଘରକୁ ଆଣି ଆସିଥିଲେ। ଆଜି ରାତି ତାର ମୃତ୍ୟୁ ଘଟିଥିଲା। ଯାହା ଫଳରେ ପରିବାର ଓ ଗ୍ରାମବାସୀମାନେ ମିଶି ନିର୍ମାଣଧୀନ ରାସ୍ତା ଉପରେ ଟାୟାର ଜାଳି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.