Home କେନ୍ଦୁଝର ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଜୋରିମାନ ଆଦାୟ

ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଜୋରିମାନ ଆଦାୟ

37

ହରିଚନ୍ଦନପୁର,ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦାୟିତ୍ଵରେ ଥିବା ତହସିଲଦାର ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଯୋରିମାନା ଆଦାୟ କରିଛନ୍ତି । ଖବର ଅନୁଯାୟୀ ଏହି ହାଇଓ୍ବା ଆନନ୍ଦପୁର ବୈତରଣୀ ନଦୀରୁ ବାଲି ବୋଝେଇ କରି ହରିଚନ୍ଦନପୁର ଜଙ୍ଘିରା ଅଞ୍ଚଳରେ ବିକ୍ରି କରିଥାନ୍ତି । ବାଲି ବୋଝେଇ କରି ଆସୁଥିବା ସମୟରେ ହରିଚନ୍ଦନପୁର ଗାନ୍ଧିଛକ ନିକଟରେ ତହସିଲଙ୍କ ନଜର ପଡ଼ିଥିଲା । ଉକ୍ତ ଗାଡ଼ିରୁ ଯୋରିମାନା ଆଦାୟ କରିବା ସହ ଗାଡିଗୁଡିକର କାଗଜପତ୍ର ଯାଞ୍ଚ ନିମନ୍ତେ ହରିଚନ୍ଦନପୁର ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.