Home ଓଡ଼ିଶା ଗାଁ ମୁଣ୍ଡରୁ ରକ୍ତାକ୍ତ ଅବସ୍ତାରେ ବୃଦ୍ଧ ବ୍ରଜଙ୍କ  ଶବ ଉଦ୍ଧାର….ହତ୍ୟା ସନ୍ଦେହ

ଗାଁ ମୁଣ୍ଡରୁ ରକ୍ତାକ୍ତ ଅବସ୍ତାରେ ବୃଦ୍ଧ ବ୍ରଜଙ୍କ  ଶବ ଉଦ୍ଧାର….ହତ୍ୟା ସନ୍ଦେହ

37

ନୟାଗଡ/୦୫/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ମଝିଆଁଖଣ୍ଡ ଗ୍ରାମ ପଞ୍ଚାୟତ ତେଲିପାଟଣା ଗାଁ ମୁଣ୍ଡରୁ ଡିସେମ୍ବର ୫ ତାରିଖ ଭୋର ସମୟରେ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ବୃଦ୍ଧ ଜଣଙ୍କ ହେଉଛନ୍ତି ସେହି ତେଲିପାଟଣା ଗ୍ରାମର ବ୍ରଜ କିଶୋର ସାହୁ(୮୨)  ।  ସେ ଡିସେମ୍ବର ୪ ତାରିଖ ସଂଧ୍ୟ୍ୟାରେ ଭଲି ଖେଳ ଦେଖିବାକୁ କହି ଘରୁ ବାହାରି ଯାଇଥିଲେ  । ଅନ୍ୟତ୍ର ରହିଥିବା ବଡ ପୁଅ ଘରେ ରହିବି କହି ରାତ୍ରିରେ ଆଉ ଘରକୁ ଫେରିନଥିଲେ । ସକାଳୁ ସକାଳୁ ଗାଁ ମୁଣ୍ଡରେ ବୃଦ୍ଧଙ୍କ ଶବ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଗାଁ ଲୋକମାନେ ଦେଖିବାକୁ ପାଇଥିଲେ ।

ରଣପୁର ଥାନା ଖବର ପାଇ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା , ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ସଦଳ ବଳେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ମୃତ ବୃଦ୍ଧ ବ୍ରଜ କିଶୋର ସାହୁଙ୍କ ସାନପୁଅ ଲିଙ୍ଗରାଜ ସାହୁ ବାପାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଘଟଣାଟି ଅଂଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ସାଇଟିଫିକ୍ ଟିମ୍ ଘଟଣା ସ୍ଥଳ ତଦନ୍ତ କରି ଫେରିଥିବା ଜଣାପଡିଛି । ପୋଲିସ ଶବ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିବା ଜଣାପଡିଛି । ଶବ ପଞ୍ଚନାମା ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ପୋଲିସ ଠାରୁ ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା କଥା ଓ ପାରିପାଶ୍ୱିର୍କ ପରିସ୍ଥିତି ରୁ ବୃଦ୍ଧ ଙ୍କ ଅନ୍ୟତ୍ର ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି ଯେ ତଦନ୍ତ ଅବ୍ୟାହତ ରହିଛି । ତଦନ୍ତ ପରେ ଜଣାପଡିବ ଯେ ଏହା ଏକ ହତ୍ୟାକାଣ୍ଡ ନା ଆଉକିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.