Home Top News ଜଷ୍ଟିସ୍ ଫର୍ ପରୀ: ସ୍ମୃତି ଆଉ ପ୍ରଭାତୀଙ୍କ ଚେତାବନୀ ..

ଜଷ୍ଟିସ୍ ଫର୍ ପରୀ: ସ୍ମୃତି ଆଉ ପ୍ରଭାତୀଙ୍କ ଚେତାବନୀ ..

35

ଭୁବନେଶ୍ୱର: “ଜଷ୍ଟିସ୍ ଫର୍ ପରୀ”, ପରୀକୁ ନ୍ୟାୟ ପ୍ରଦାନ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବୀରେ ଶୁକ୍ରବାର ଦିନ ଅରୁଣ ସାହୁଙ୍କ ବାସଭବନ ଘେରାଓ ଉଦ୍ୟମ କରିଥିଲା ବିଜେପି ମହିଳା ମୋର୍ଚ୍ଚା। କିନ୍ତୁ, କାର୍ଯ୍ୟକ୍ରମ ବହୁ ପୂର୍ବରୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ନିକଟରେ। ବାସଭବନକୁ ଚତୁଃପାଶ୍ୱର୍ରୁ ଘେରି ରହିଥିଲେ ପ୍ଲାଟୁନ ପ୍ଲାଟୁନ ପୋଲିସ ଓ ସୁରକ୍ଷାକର୍ମୀ। ପୂର୍ବରୁ ସଜାଗ ଥିବା ପୋଲିସ ତିଳେ ମାତ୍ର ସୁଯୋଗ ନଦେଇ ମହିଳା ମୋର୍ଚ୍ଚାର ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି ନେଇଥିଲା। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ପୋଲିସ ଓ ପ୍ରଶାସନ କଳକୁ ଅପବ୍ୟବହାର କରି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଭାବେ ଜୋର ଜବରଦସ୍ତି ଗିରଫ କରାଗଲା, ଏହା ଦ୍ୱାରା ସତ୍ୟକୁ କେବେହେଲେ ରୋକାଯାଇ ପାରିବ ନାହିଁ। ବଡ଼ ବିଡ଼ମ୍ବନାର ବିଷୟ ଯେ ଏହି ସୁରକ୍ଷା ବଳୟ ସୃଷ୍ଟି ହୋଇଥିଲା ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ଏବଂ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉ ଥିବା ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ। ରାଜ୍ୟରେ ମା’ ଭଉଣୀ ଓ କୋମଳମତୀ ଶିଶୁଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଏତିକି ତତ୍ପର ଓ ଚିନ୍ତିତ ଥିଲେ, ପରୀ ହତ୍ୟାକାଣ୍ଡ ଭଳି ଘଟଣାମାନ ରାଜ୍ୟରେ ଘଟନ୍ତା ନାହିଁ। ଏହାସହ ରାଜ୍ୟ ସରକାରଙ୍କ ସ୍ୱଚ୍ଛଚାରିତା ମନୋଭାବ ଓ ଆଚରଣ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ, ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏ’ ଲଢ଼େଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ମୃତି ପଟ୍ଟନାୟକ। ସେହିପରି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ପୂର୍ବରୁ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯିବାକୁ ନିନ୍ଦା କରିବା ସହିତ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧକୁ ସହିବାକୁ ଏ’ ସରକାର ରାଜି ନାହିଁ। ଏ’ ଲଢ଼େଇ ଆହୁରି ତୀବ୍ରତର ହେବ, ଏ’ ଅତ୍ୟାଚାରୀ ସରକାର ବିରୋଧରେ ଏହି ଆନ୍ଦୋଳନ ଗାଁ’ ଗହଳିକୁ ଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା।

ସୂଚନାଯୋଗ୍ୟ ଯେ, ପରୀକୁ ନ୍ୟାୟ ପ୍ରଦାନ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବୀରେ ଶୁକ୍ରବାର ଦିନ ଅରୁଣ ସାହୁଙ୍କ ବାସଭବନ ଘେରାଓ ଉଦ୍ୟମ କରିଥିଲା ବିଜେପି ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସମେତ ଏହି ବିକ୍ଷୋଭ ଏବଂ ଘେରାଓ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, ବିଧାୟିକା କୁସୁମ ଟେଟେ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଇରାନୀ ରାୟ, ରଶ୍ମୀରେଖା ଦାଶ ଏବଂ କସ୍ତୁରୀ ମିଶ୍ରଙ୍କ ସମେତ ଯାଜ୍ଞସେନୀ ଜେନା, ରଶ୍ମୀମୟୀ ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ସୋନାଲୀ ସାହୁ, ମନ୍ଦାକିନୀ ପାତ୍ର, ହରପ୍ରିୟା ସାହୁ, ତୃପ୍ତି ମକଦ୍ଦମ, ପ୍ରବୀଣା ମହାପାତ୍ର, ପ୍ରିୟଦର୍ଶିନୀ ନନ୍ଦ, ପ୍ରବୀଣା ଭଞ୍ଜଦେଓ, ମିନାଲତା ମହାନ୍ତି, ସୁବାଷିନୀ ପୃଷ୍ଟି, ନିରୋଜ ନଳିନୀ ମହାଲିକ ଓ ଶତାଧିକ ମହିଳା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ତେବେ କାର୍ଯ୍ୟକ୍ରମ ଆରମ୍ଭ ହେଉ ହେଉ ପୂର୍ବରୁ ସଜାଗ ଥିବା ପୋଲିସ ତିଳେ ମାତ୍ର ସୁଯୋଗ ନଦେଇ ଏମାନଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇଥିଲା।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.