Home ଓଡ଼ିଶା ଗୋଟିଏ ଦିନରେ ଏକାଥରେ ୩ ଲୁଟ

ଗୋଟିଏ ଦିନରେ ଏକାଥରେ ୩ ଲୁଟ

88

ବାଲେଶ୍ୱର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଗୋଟିଏ ଦିନରେ ୩ ଲୁଟ । ଆଉ ଏହା ଉପାନ୍ତ ଅଞ୍ଚଳରେ ହେଉନାହିଁ ଏହି ଲୁଟ । ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଏହି ଲୁଟ ହୋଇଛି । କାହାକୁ ଭୁଜାଲି ଦେଖାଇ ଲୁଟ୍ ତ ଆଉ କାହାକୁ ବନ୍ଧୁକ ଦେଖାଇ ଲୁଟ୍ । ଏହି ସ୍ଥିତିରେ ସାଧାରଣ ଜନତା ଭୟଭୀତ ଅବସ୍ଥାରେ ଥିବା ବେଳେ ପୋଲିସ କ’ଣ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ତେବେ ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ସକାଳେ ଏକ ଗହଣା ବ୍ୟବସାୟ ପାଖରୁ ବନ୍ଧୁକ ଦେଖାଇ ସୁନା ଚେନ୍, ମୋବାଇଲ, ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ବେଳେ ତାର କିଛି ଘଣ୍ଟା ପରେ ରାତିରେ ଗୋପାଳପୁର ସାଇ ଅଟୋମୋବାଇଲ ଫାଇନାନ୍ସର କର୍ମଚାରୀ ମନୋଜ ମହାନ୍ତି ବାଇକରେ ନିଜ ଗାଁ ସୋର ସାରୁପଦା ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଛଅପୋଲିଆ ଠାରେ ତିନି ଲୁଟେରା ମନୋଜଙ୍କ ବାଇକ ଅଟକାଇ ବନ୍ଧୁକ ଭୂଜାଲି ଦେଖାଇ ୨୧ ହଜାର ଟଙ୍କା, ମୋବାଇଲ ଛଡାଇ ନେଇଛନ୍ତି ।ସେହିପରି କିଛି ସମୟ ପରେ ଠିକ ସେହିଠାରେ ବାଲେଶ୍ୱରରୁ ଭଦ୍ରକ ଯାଉଥିବା ମାର୍ବଲ ବ୍ୟବସାୟୀ ଦିନେଶ କୁମାରଙ୍କ ବାଇକ ଅଟକାଇ ୫ ଲୁଟେରା ବନ୍ଧୁକ ଭୂଜାଲି ଦେଖାଇ ମାଡ ମାରି ତାଙ୍କ ଠାରୁ ୧୪ ହଜାର ଟଙ୍କା ଓ ମୋବାଇଲ ଛଡାଇ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.