Home ଅପରାଧ ଗୁଳିମାଡ଼ରେ ବ୍ୟବସାୟୀ ମୃତ

ଗୁଳିମାଡ଼ରେ ବ୍ୟବସାୟୀ ମୃତ

228

କେନ୍ଦ୍ରାପଡ଼ା,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଦିନକୁ ଦିନ ବଢୁଛି କ୍ରାଇମ୍ । ଆଉ କେନ୍ଦ୍ରାପଡ଼ା ଜିଲ୍ଲାରେ କ୍ରାଇମ୍ କମିବାର ନା ଧରୁନି । ଆଜି ସକାଳୁ ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ମେଡିସିନ୍ ବ୍ୟବସାୟୀ ଗଗନ ସାହୁ ମୃତ ।

ମା’ ସାମ୍ନାରେ; ଟ୍ୟୁସନ ଟିଚରଙ୍କୁ ଛୁରୀ ଭୂଷି ମାରିଦେଲା ୪ର୍ଥ ଶ୍ରେଣୀ ଛାତ୍ର!

ସୂଚନା ଅନୁସାରେ, ମେଡ଼ିସିନ୍ ଦୋକାନୀ ଗଗନ ସାହୁ ବାଇକ୍‌ରେ ବଜାର ଯାଉଥିବା ସମୟରେ ହାତିଆ ଗାଁ ନିକଟରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ଗଗନଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଠିକ୍ ଦୁଇମାସ ପୂର୍ବେ ରାଜା ମୁଦୁଲି ଉପରେ ଦୁର୍ବୃତ୍ତମାନେ ଗୁଳି କରି ଫେରାର ହୋଇଯାଇଥିଲେ । ଅପ୍ଳକେ ବର୍ତ୍ତି ଯାଇଥିଲେ ରାଜା ମୁଦୁଲି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.