Home ଅପରାଧ ମା’ ସାମ୍ନାରେ; ଟ୍ୟୁସନ ଟିଚରଙ୍କୁ ଛୁରୀ ଭୂଷି ମାରିଦେଲା ୪ର୍ଥ ଶ୍ରେଣୀ ଛାତ୍ର!

ମା’ ସାମ୍ନାରେ; ଟ୍ୟୁସନ ଟିଚରଙ୍କୁ ଛୁରୀ ଭୂଷି ମାରିଦେଲା ୪ର୍ଥ ଶ୍ରେଣୀ ଛାତ୍ର!

1576

ମୁମ୍ବାଇ: ଜଣେ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଛାତ୍ର ତାର ୩୦ ବର୍ଷ ବୟସ୍କ ଟ୍ୟୁସନ ଟିଚରଙ୍କୁ ଛୁରୀ ଭୂଷି ହତ୍ୟା କରିଛି।ଘଟଣାଟି ମୁମ୍ବାଇର ଶିବାଜୀ ନଗର ଅଞ୍ଚଳରେ ଘଟିଛି।ଘଟଣାରୁ ଜଣାପଡ଼ିଛି ପିଲାଟିର ମା’ ଟ୍ୟୁସନ ଟିଚରଙ୍କୁ ଧାର ସୂତ୍ରରରେ କିଛି ଟଙ୍କା ମାଗୁଥିଲେ।କିନ୍ତୁ ନିଜର ଅସୁବିଧା ଥିବା ଦର୍ଶାଇ ଟିଚର୍ ଜଣଙ୍କ ଟଙ୍କା ଦେଇ ପାରିବେନି ବୋଲି କହିଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ହଠାତ୍ ପିଲାଟି ଆସି ଏକ ଛୁରୀ ଆଣି ଟିଚରଙ୍କ ପେଟରେ ଭୂଷି ଦେଇଥିଲା।ଗୁରୁତ୍ୱର ଆହତ ଅବସ୍ଥାରେ ଟିଚର୍ ଆଇଶା ଅସଲମ ହୁସେଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ୍ ପିଲାଟିକୁ ଅଟକ ରଖିଥିବା ବେଳେ ଏ’ ନେଇ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ରେ ଏକ ମାମଲା ରୁଜୁ ହୋଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.