Home ଓଡ଼ିଶା ଗୁହାଳରେ ନିଆଁ ଲାଗି ଗାଈ ଛେଳି ଜୀବନ୍ତ ଦଗ୍ଧ

ଗୁହାଳରେ ନିଆଁ ଲାଗି ଗାଈ ଛେଳି ଜୀବନ୍ତ ଦଗ୍ଧ

306

କେନ୍ଦ୍ରାପଡ଼ା,୧୮/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ରାପଡା ଜିଲ୍ଲା ପରକୁଳା ପଞ୍ଚାୟତର ଆଙ୍କୋ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଦୁଇଟି ଗାଈ, ଦୁଇଟି ବାଛୁରୀ ଓ ଆଠଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନାନୁସାରେ, ଆଙ୍କୋ ଗ୍ରାମର ଧଡ଼ି ରାଉତଙ୍କ ଗୁହାଳ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ପଡୋଶୀ ଘର ସଞ୍ଜୟ ଚଇନିଙ୍କର ମଧ୍ୟ ଏକ ବଖରା ଚାଳଛପର ଘର ଜଳି ପାଉଁଶ ହୋଇଯାଇଛି । ଗାଁକୁ ଭଲ ରାସ୍ତା ନଥିବାରୁ ବିଳମ୍ବରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.