Home ଓଡ଼ିଶା ଗାନ୍ଧୀମଣିଷ ଦୋଳଗୋବିନ୍ଦଙ୍କ ପତ୍ନୀ ମନୋରମାଙ୍କ କରୋନାରେ ସ୍ୱର୍ଗବାସ

ଗାନ୍ଧୀମଣିଷ ଦୋଳଗୋବିନ୍ଦଙ୍କ ପତ୍ନୀ ମନୋରମାଙ୍କ କରୋନାରେ ସ୍ୱର୍ଗବାସ

100

ଭୁବନେଶ୍ୱର ତା ୧୩-୯ (ଓଡ଼ିଆ ପୁଅ) – ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଧର୍ମପତ୍ନୀ, ଭୁବନେଶ୍ୱର କପିଳପ୍ରସାଦ ଜମିଦାର ଭାଗୀରଥି ଶ୍ରୀଚନ୍ଦନଙ୍କ ଝିଅ ମନୋରମା ପ୍ରଧାନଙ୍କର ଆଜି ସକାଳ ୬ ଘଂଟା ସମୟରେ କରୋନାରେ ୮୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସ୍ୱର୍ଗବାସ ହୋଇଯାଇଛି। କୋଭିଡ୍ ନିୟମ ମୁତାବକ ଆଜି ସତ୍ୟନଗର ଶ୍ମଶାନରେ ସଂସ୍କାର ହୋଇଯାଇଛି। ଜ୍ୟେଷ୍ଠପୁତ୍ର ଦେବରାଜ ମୁଖାଗ୍ନି ଦେଇଥିଲେ। ଠିକ୍ ଦୁଇବର୍ଷ ତଳେ ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କର ବିୟୋଗ ହୋଇଥିଲା। ଶ୍ରୀମତୀ ମନୋରମାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱଗୀୟା ପ୍ରଧାନ ଜଣେ ଦୃଢ଼ମନା ମହିଳା ଥିଲେ। ଅତ୍ୟନ୍ତ ବନ୍ଧୁବତ୍ସଳା ଭାବେ ସମସ୍ତଙ୍କୁ ଆପଣାର କରିବା କଳା ତାଙ୍କର ଥିଲା।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ, ଅନନ୍ତ ପ୍ରସାଦ ସେଠୀ, ଶିକ୍ଷାବିତ୍ ବଦ୍ରୀନାଥ ପଟ୍ଟନାୟକ, ଡଃ ବିମଳେନ୍ଦୁ ମହାନ୍ତି, ପ୍ରଫେସର ବୁଦ୍ଧଦେବ ମିଶ୍ର, ପ୍ରଫେସର ଉଦୟନାଥ ସାହୁ, ପ୍ରଫେସର ବୈଷ୍ଣବ ଚରଣ ସାମଲ, ଡଃ ହରେକୃଷ୍ଣ ଶତପଥି, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଶତପଥି, ବସନ୍ତ ଦାସ, ବିରୁପାକ୍ଷ ତ୍ରିପାଠୀ, ଶ୍ରୀରାମ ଦାସ, ଜିତେନ୍ଦ୍ର ପଟ୍ଟନାୟକ, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ପୂର୍ବତନ ଆଇଜି ରାଜକିଶୋର ଦାସ, ସମାଜସେବୀ ସୀତାବଲ୍ଲଭ ମହାପାତ୍ର, ମନୋଜ ଜେନା, ମାନସ ବସ୍ତିଆ, ସୁଶାନ୍ତ ପଣ୍ଡା, ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପୂର୍ବତଟ ରେଳବାଇର ବରିଷ୍ଠ ପ୍ରଶାସକ ଜ୍ୟୋତିପ୍ରକାଶ ମିଶ୍ର, ସମାଜବାର୍ଦି ପାଟିର ସଭାପତି ରବି ବେହେରା, ଫରୱାର୍ଡ ବ୍ଲକର ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା, ସମାଜସେବୀ ଋତୁପର୍ଣ୍ଣା ମହାନ୍ତି, ତନୁଜା ରଥ, କାଦମ୍ବିନୀ ତ୍ରିପାଠୀ, ଦେବଜାନୀ ରାଉତରାୟ, ଚିତ୍ରଲେଖା ମହାନ୍ତି, କଂଗ୍ରେସ ନେତା ନାରାୟଣ ଜେନା, ରସିକଚାନ୍ଦ ପଟ୍ଟନାୟକ, ବିଶିଷ୍ଟ ବୁଦ୍ଧିଜୀବୀ ନଟବର ଖୁଂଟିଆ, ପ୍ରଣବ ପାଟ୍ଟଯୋଶୀ, ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ସ୍ତମ୍ଭକାର ତୁଷାରକାନ୍ତ ଶତପଥି, ଦେବୀ ପ୍ରସାଦ ମଲ୍ଲିକ, ପ୍ରଫେସର ଜ୍ଞାନରଂଜନ ପଣ୍ଡା ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକବାର୍ତ୍ତା ଦେଇଛନ୍ତି। ସଂସ୍କାର ସମୟରେ ସ୍ୱର୍ଗତା ପ୍ରଧାନଙ୍କ ପୁତ୍ର ପୁଷ୍ପରାଜ, ପୃଥ୍ୱୀରାଜ ଓ ପ୍ରଜ୍ଞାରାଜ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.