Home ଜିଲ୍ଲା ପରିକ୍ରମା ଗାଧୋଇବାବେଳେ ଟର୍ନେଲରେ ଗୋଡ ଗଳି କନେଷ୍ଟବଳ ଆହତ

ଗାଧୋଇବାବେଳେ ଟର୍ନେଲରେ ଗୋଡ ଗଳି କନେଷ୍ଟବଳ ଆହତ

44

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଅଭାବନୀୟ ପରିସ୍ଥିତିରେ ଜଣେ ଓଏସ୍‌ଏପି କନେଷ୍ଟବଳ ସାଳନ୍ଦୀ ନଦୀରେ ଗାଧୋଇବା ସମୟରେ ଟର୍ନେଲରେ ଗୋଡ ଗଳିଯାଇ ବିଷମ ପରିସ୍ଥିତି ଉପୁଜିଥିଲା । ଫଳରେ ବହୁ ଚେଷ୍ଟା ସତ୍ୱେ ତାଙ୍କ ଗୋଡକୁ କେହି ବାହାରକୁ କାଢିପାରିନଥିଲେ । ଦୀର୍ଘସମୟର ପ୍ରଚେଷ୍ଟା ପରେ ଭଦ୍ରକ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ସେମାନେ ରାନ୍ଦିଆସ୍ଥିତ ସାଳନ୍ଦୀ ନଦୀ କୂଳରେ ପହଞ୍ôଚ ଟର୍ନେଲକୁ ମେସିନ୍ ସାହାଯ୍ୟରେ କାଟି ଭକ୍ତରାମ ସାହୁ ନାମକ ସଂପୃକ୍ତ କନେଷ୍ଟବଳଙ୍କୁ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.