Home ଜିଲ୍ଲା ପରିକ୍ରମା ମେଡିକାଲରେ ଖତ ଖାଉଛି ‘ମହାପ୍ରୟାଣ’; ଶବ ନେବାରେ ଗରିବ ଶୋଷଣର ଶୀକାର

ମେଡିକାଲରେ ଖତ ଖାଉଛି ‘ମହାପ୍ରୟାଣ’; ଶବ ନେବାରେ ଗରିବ ଶୋଷଣର ଶୀକାର

39

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦରିଦ୍ର ସୀମାରେଖା ତଳେ ଥିବା ଗରିବ ଲୋକଙ୍କ ସମେତ ତଫସିଲଭୁକ୍ତ ଜାତି ଓ ଜନଜାତି ପାଇଁ ରାଜ୍ୟ ସରକାର ‘ମହାପ୍ରୟାଣ’ ଯୋଜନା ପ୍ରଣୟନ କରିଥିବାବେଳେ ଭଦ୍ରକ ଜିଲା ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦୀର୍ଘ ୩/୪ ମାସ ହେବ ଏହି ମହାପ୍ରୟାଣ ଗାଡିଟି ମେଡିକାଲରେ ଖତ ଖାଉଛି । ଏଠାରେ ସୂଚନାଯୋଗ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ଉପରୋକ୍ତ ଲୋକଙ୍କ ସଂପର୍କୀୟଙ୍କ ଶବକୁ ନିଜ ଘରକୁ ନେବାପାଇଁ ରାଜ୍ୟ ସରକାର ମହାପ୍ରୟାଣ ନାମକ ଏହି ଗାଡିର ସୁବନ୍ଦୋବସ୍ତ କରିଥିଲେ । ପୂର୍ବରୁ ଗରିବ ଲୋକଟିଏର କୌଣସି ସଂପର୍କୀୟ ମୃତ୍ୟୁବରଣ କଲେ ଅର୍ଥାଭାବାରୁ ତାର ଶବକୁ ଏହି ସହରର ଛପୁଲିଆ ନିକଟ ପୋଲ ତଳେ ଫିଙ୍ଗି ଦିଆଯାଉଥିଲା । ମାତ୍ର ସରକାରଙ୍କ ମହାପ୍ରୟାଣ ଯୋଜନା ମୂଳେ ଜିଲା ରେଡକ୍ରସ୍ ଅଧୀନରେ ଏହି ଗାଡିଟିକୁ ଅନ୍ୟମାନଙ୍କ ପାଇଁ କିଲୋମିଟର ପିଛା ୬ ଟଙ୍କା ସହ ୩ ଶହ ଟଙ୍କା ଜମା ଦେବାକୁ ପଡିଥାଏ । କିନ୍ତୁ ଏସ୍‌ସି/ଏସ୍‌ଟି କ୍ଷେତ୍ରରେ ସଂପୂର୍ଣ୍ଣ ମାଗଣା । ମାତ୍ର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ଗାଡିଟର ଦୂରାବସ୍ଥା ପ୍ରତି କେହି ଦୃଷ୍ଟି ନଦେବା ଫଳରେ ଏଠାରେ ମୃତ୍ୟୁବରଣ କରୁଥିବା ଗରିବ ଲୋକମାନଙ୍କ ସଂପର୍କୀୟମାନେ ନାହିଁନଥିବା ଶୋଷଣର ସମ୍ମୁଖୀନ ହେଉଛନ୍ତି । ଏବେ ଦୀର୍ଘଦିନ ହେବ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଚାନ୍ଦବାଲି ଅଂଚଳର ଜଣେ ଆଦିବାସୀ ଟୁଡୁ ମୁଣ୍ଡାର ପତ୍ନୀର ଶବକୁ ନିଜ ଗାଁକୁ ନେବାରେ ସେ ମୃତ ପତ୍ନୀର ପିନ୍ଧିଥିବା ରୂପାବଳାକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲା ବୋଲି ଗଣମାଧ୍ୟମରେ କହିଛି । ଏଣୁ ସରକାର ଓ ଜିଲା ପ୍ରଶାସନ ଏହି ଯୋଜନାର ସଫଳ ରୂପାୟନ ଦିଗରେ ଉଚିତ୍ ଦୃଷ୍ଟି ଦେଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ମହାପ୍ରୟାଣ ଗାଡିଟିକୁ ଚଳନକ୍ଷମ କରିବାକୁ ବିଶିଷ୍ଟ ଆଇନ୍‌ଜୀବୀ ତଥା ଶ୍ରମିକ ନେତା ଦିବ୍ୟସିଂହ ନାୟକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.