ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ଅଂଚଳରେ ଥିବା ଡଗରାସାହି ଏଲସି-୧୧୮ ଠାରେ ନିର୍ମାଣ ହେବାକୁ ଥିବା ରେଲ୍ୱେ ଅଣ୍ଡରପାସ୍ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଆଜି ରେଲ୍ୱେ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ବିଆରଏମ୍, ଖୋର୍ଦ୍ଧା, ପ୍ରଶାସନିକ ଅଧିକାରୀ, ରେଲ୍ୱେ, ରେଲ ସଦନ, ଭୁବନେଶ୍ୱର ଓ ଯାଜପୁର ରୋଡ୍ ଡେପୁଟି ଚିଫ୍ ଇଞ୍ଜିନିୟର (କନଷ୍ଟ୍ରକସନ) ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରରେ ସେ ଦର୍ଶାଇଛନ୍ତି ଯେ ଡଗରାସାହିର ଏଲସି-୧୧୮ ଅଣ୍ଡରପାସ୍ ନିର୍ମାଣ ହେବା ପାଇଁ ଗତ ତା ୨୫.୧୦.୨୩ ରିଖରେ ମଂଜୁର ହୋଇଥିଲା। ମଂଜୁର ହେବା ଦିନ ଠାରୁ ଆଜକୁ ୯୦୮ ଦିନ ହୋଇଗଲାଣି। ଯଦିଓ ଏହି ରାସ୍ତାର ମାଟି କାମ ସଂଗେ ସଂଗେ ଆରମ୍ଭ କରାଯାଇଛି, କିନ୍ତୁ ପୋଲକାମ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ। ପୋଲ ନିର୍ମାଣ କାର୍ଯ୍ୟର ବିଳମ୍ବ ଯୋଗୁଁ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ସ୍କୁଲ ବସ୍, ଆମ୍ବୁଲାନ୍ସ, ଚାରିଚକିଆ ଯାନ ଓ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ଜନହିତକର କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ରେଲ୍ୱେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଗଳାପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଶୀଘ୍ର ସାରିବାକୁ ରେଲ୍ୱେ କର୍ତୃପକ୍ଷଙ୍କୁ ଅନୁରୋଧ କଲେ ପୂର୍ବତନ ବିଧାୟକ







