Home ଜିଲ୍ଲା ପରିକ୍ରମା ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭ, କବି ବାଞ୍ଛାନିଧି ଥିଲେ...

ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭ, କବି ବାଞ୍ଛାନିଧି ଥିଲେ ଜାତୀୟ ଜାଗରଣର ସ୍ୱର

2

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ବାଞ୍ଛାନିଧି ସ୍ମୃତି ସଂସଦ ମିଳିତ ସହଯୋଗରେ ଜିଲା ସଂସ୍କୃତି ଭବନ ଠାରେ ଜାତୀୟ କବି ବାଞ୍ଛାନିଧିଙ୍କ ସ୍ମୃତିସଭା ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଜିଲାପାଳ ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। କବି ବାଞ୍ଛାନିଧିଙ୍କ ଲେଖନୀ ଥିଲା ଅସ୍ତ୍ର ଓ କବିତା ଥିଲା ତାଙ୍କର ମନ୍ତ୍ର। ଯେଉଁ କବିତାରେ ଭରିରହିଥିଲା ଜାତୀୟ ଜାଗରଣର ସ୍ୱର। ସ୍ୱାଧୀନତାର ପୃଷ୍ଠଭୂମିରେ ତାଙ୍କର ଉଦ୍‌ବୋଧନ ମୂଳକ କବିତା ଦେଶପ୍ରେମ, ଜନ ସଚେତନତା ସୃଷ୍ଟି କରିବାରେ ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ଅତିଥିମାନେ ମତପ୍ରକାଶ କରିବା ସହ କବିଙ୍କ ସ୍ମୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକ ଉଜ୍ଜୀବିତ କରି ରଖିବା ପାଇଁ ଭଦ୍ରକରେ କୌଣସି ସ୍କୁଲ, କଲେଜ କବିଙ୍କ ନାମରେ ନାମିତ କରିବାକୁ ଅତିଥିମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସଭାରେ ବରିଷ୍ଠ ସାହିତ୍ୟିକ ଦାସ ବେନହୁର ମୁଖ୍ୟ ଅତିଥି, ସ୍ମୃତି ସଂସଦର ଉପସଭାପତି ଡ. ଶଶଧର ଦାସ ବରେଣ୍ୟ ଅତିଥି, ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟବକ୍ତା, ନିରଞ୍ଜନ ବେହୁରିଆ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ ସଭାରେ ସବୁବର୍ଷ ଭଳି ଏଥର ପ୍ରଗତିଶୀଳ କବି ନିରଞ୍ଜନ ବେହୁରିଆଙ୍କୁ ଏହି ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ କବି ପୂର୍ଣ୍ଣଚନ୍ଦ୍ର ବହଳି ସ୍ୱାଗତ ସୂଚନା, ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂସଦର ସଂପାଦକ ରତିକାନ୍ତ ବେହେରା ସଂପାଦକୀୟ ବିବରଣୀ ପାଠ କରିଥିଲେ। ଡାକ୍ତର ମମତା ସାହୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.