Home ଓଡ଼ିଶା ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କ ମନରେ ସରସତା ନାହିଁ

ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କ ମନରେ ସରସତା ନାହିଁ

216

ନୟାଗଡ଼, ୨୨ା୮ା (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲାପାଳ ଡ-ପୋମା ଟୁଡୁ ଗଣେଶ ପୂଜାରେ ରୋକ ଲଗାଇଥିବାବେଳେ ଘରେ ଘରେ ଗଣେଶ ପୂଜା ପାଳନ ହେଉଥିବା ଦେଖିବାକୁ ମିଳିଛି କରୋନା ମାଡ଼ରେ ଫିକା ପଡ଼ିଛି ବିଘ୍ନବିନାଶକ ଅଗ୍ରପୂଜ୍ୟ ବିଦ୍ୟାର ଦେବତା ଗଣେଶ ପୂଜା। ଗଣେଶ ପୂଜାକୁ ନେଇ କେଉଁଠି କୋଳାହଳ ନାହିଁ କି କେଉଁଠାରେ କାହା ମନରେ ହରଷ ନାହିଁ। ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁଠି ଆଜି ଖାଁ ଖାଁ ଲାଗୁଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବିଠି ବିରାଜୁଚି ନିରବତା। ନାହିଁ ଆଡ଼ମ୍ବର କି ପୂଜା ମଣ୍ଡପରେ ନାହିଁ କୋଳାହଳ। ଛାତ୍ରଛାତ୍ରୀମାନଙ୍କର ଗଣେଶ ପୂଜା ଭଳି ଆଜି ଆନନ୍ଦ ଉତ୍ସିବର ଦିନରେ ଛାତ୍ରଛାତ୍ରୀମାନଙ୍କର କାହା ମନରେ ସରସତା ନାହିଁ। ସେମାନେ ଏହି ଦିନକୁ ଅନାଇ ବସିଥାନ୍ତି କେମିତି ନିଜ ନିଜ ମନ ପସନ୍ଦର ପୋଷାକ ପିନ୍ଧି ଖୁସି ମନେଇବାକୁ। ବର୍ଷସାରା ସ୍କୁଲ, କଲେଜର ଡ୍ରେସ କୋର୍ଡ଼ ପିନ୍ଧୁଥିବାବେଳେ ଆଜି ନୂଆ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ହସ ଖୁସି ଆନନ୍ଦ ଉଲ୍ଲାସ କରିଥାନ୍ତେ। ହେଲେ ଏମିତି ଏକ ଦିନ ସେମାନଙ୍କ ପାଇଁ ହତାଶ ଭାବ ଆଣି ଦେଇଛି। କରୋନା ଭୟ ସାଙ୍ଗକୁ ଗଣେଶ ପୂଜା କଟକଣା ସେମାନଙ୍କ ମନର ଆନନ୍ଦ ଉ୍‌ଲ୍ଲାସକୁ ଯେମିତି ଛଡ଼େଇ ନେଇଛି। କେବଳ ଘରେ ଘରେ କିଏ କେମିତି ଗଣେଶ ପୂଜା କରି ବିଘ୍ନବିନାଶକଙ୍କ ପୂଜା ଆରାଧନା କରିଛନ୍ତି। ଅନ୍ୟପକ୍ଷରେ କରୋନା କଟକଣାରେ ଗଣେଶ ପୂଜାରେ ରୋକ ଲାଗିଥିବା ଯୋଗୁଁ ମୂର୍ତ୍ତୀ ଦୋକାନୀ, ଡ୍ରେସ୍ ଦୋକାନୀ, ପୂଜା ସାମଗ୍ରୀ ଦୋକାନୀ ଭଳି ଅନେକ ଦୋକାନୀ ବେପାର ଘାଟାରେ ପଡ଼ିଥିବା କହିଛନ୍ତି। ସେମାନେ ଏହି ସବୁ ଦିନରେ ଭଲ ବେପାର କରି ଦି’ପଇସା ପାଇବାକୁ ଆଶାବାନ୍ଧି ବସିଥିବାବେଳେ ଏବେ ଏବେ କରୋନା ମାଡ଼ରେ ହାତବାନ୍ଧି ବସିଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଏପରି ନିରାଡ଼ମ୍ବର ସହକାରେ ଗଣେଶ ପୂଜା ପାଳନ ହୋଇଥିବା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.