Home ଜିଲ୍ଲା ପରିକ୍ରମା ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ, ଖାଦ୍ୟ ସଂକଟ, ଦରଦାମ ବୃଦ୍ଧି,...

ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ, ଖାଦ୍ୟ ସଂକଟ, ଦରଦାମ ବୃଦ୍ଧି, ଜିଏସ୍‌ଟି ପ୍ରତ୍ୟାହାର ଦାବି

14

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଜିଏସ୍‌ଟି ଲାଗୁ କରିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କ ଉପରେ ଲଦା ଯାଇଥିବା ବଣ୍ଟନ ବ୍ୟବସ୍ଥା ଉଠାଇ ଦେବା ପାଇଁ ବଜେଟରେ ବ୍ୟୟ ବରାଦ କମାଇ, ଭୂମିହୀନ ମଣିଷଙ୍କୁ ଘରଡିହ ପଟ୍ଟା ନ ଦେବାରୁ ତଥା ଏସ୍‌ଏସ୍‌ଜି ଗୁଡ଼ିକୁ ଅଧିକ ସୁଧ ନେଇ ଶୋଷଣ କରୁଥିବାରୁ ଓ ମାଇକ୍ରୋ ଫାଇନାନ୍‌ସ ଉପରେ ସରକାରଙ୍କ କର୍ତ୍ତୃତ୍ୱ ନ ରହିବାରୁ ତଥା ସାରା ଦେଶ ଖାଦ୍ୟସଂକଟର ବିଶ୍ୱରେ ୧୦୭ ନମ୍ବରରେ ଥିବା ଦୃଷ୍ଟିରୁ ଭଦ୍ରକ ବ୍ଲକ ଓ ପୌରାଞ୍ଚଳରେ ବସବାସ କରୁଥିବା ମଣିଷଙ୍କର କଣ୍ଟ୍ରୋଲ କାର୍ଡ କାଟି ଦେଇ ଓ ସମଗ୍ର ରାଜ୍ୟ ଆମ ଦେଶେରେ ୨ନମ୍ବର ରାଜ୍ୟ ଭାବେ, ମହିଳାଙ୍କ ଉପରେ ଅତ୍ୟାଚାର ସୀମା ଟପି ଥିବାର ପ୍ରତିବାଦ କରି ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ତରଫରୁଏହି ବିକ୍ଷୋଭ କରାଯାଇଥିଲା। ସମିତିର ମହିଳାମାନେ ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ଶିଖା ମହାପାତ୍ର, ଜିଲ୍ଳା ନେତ୍ରୀ ସୀତା ଦାଶ, ସୁମତୀ ନାୟକ, ଶାନ୍ତି ମୁଣ୍ଡା, ପାକିନୀ ମୁଣ୍ଡା, ମତୋ ବିବିଙ୍କ ନେତୃତ୍ୱରେ ବନ୍ତ ଛକରୁ ବାହାରିସହର ପରିକ୍ରମା କରି ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚିଥିଲା। ସେଠାରେ ନେତୃମଣ୍ଡଳୀ ବିକ୍ଷୋଭ ସଭାରେ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରସ୍ୱତୀ ହାତୀ, ଶାନ୍ତିଲତା ନାୟକ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ବକ୍ତବ୍ୟରେ ସରକାର ବିକାଶର ବାଜା ବଜାଇ ଦେଶବାସୀଙ୍କ ଉପରେ ଟିକସ ବସାଇ ଦରଦାମ ବୃଦ୍ଧି କରି ଦେଶବାସୀକୁ ଦୁର୍ଦ୍ଦିନକୁ ଠେଲି ଦେଉଛନ୍ତି। କଣ୍ଟ୍ରୋଲ କାର୍ଡ କାଟି ଦେଇ ଗରିବଙ୍କୁ ଦାନା ମାରୁଛନ୍ତି ବୋଲି କହିଥିଲେ। ପରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.