Home ଖେଳ ଅଣ୍ଡର ୨୫ ଓଡ଼ିଶା କ୍ରିକେଟ ଦଳରେ ଭଦ୍ରକର ସତ୍ୟକାମ

ଅଣ୍ଡର ୨୫ ଓଡ଼ିଶା କ୍ରିକେଟ ଦଳରେ ଭଦ୍ରକର ସତ୍ୟକାମ

29

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ସ୍ତରରେ ୨୫ ବର୍ଷରୁ କମ୍ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ବଛା ଯାଇଥିବା ଓଡ଼ିଶା ଦଳରେ ଭଦ୍ରକର ସତ୍ୟକାମ ଭରଦ୍ୱାଜ ସ୍ଥାନ ପାଇଛନ୍ତି। ଗୁଜୁରାଟର ରାଜ୍‌କୋଟ ଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସତ୍ୟକାମ ଭଦ୍ରକ ଜଗନ୍ନାଥପୁର କ୍ରିକେଟ ଟିମ୍‌ର ସଦସ୍ୟ ଭାବେ ଖେଳ ଜାରି ରଖିଛନ୍ତି। ତାଙ୍କ ଚୟନକୁ ନେଇ କ୍ଲବର ସଦସ୍ୟ ଦେବବ୍ରତ ଜେନା, ବିଜୟ ମହାନ୍ତି, ଜ୍ଞାନେନ୍ଦ୍ର ମହାନ୍ତି, ସଇଦ୍ ଖାନ୍‌, ନିଳମାଧବ ଦାସ, ଅସିତ୍ ଦାସ, ମୃତ୍ୟୁଞ୍ଜୟ ମହାନ୍ତି, କ୍ରୀଡ଼ା ଶିକ୍ଷକ ମନୋଜ ସାହୁ, ଜିଲ୍ଲା କ୍ରିକେଟ ଆସୋସିସିଏସନର ସଭାପତି, ସମ୍ପାଦକ, ଏବଂ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.