Home ଓଡ଼ିଶା ଗଞ୍ଜେଇ ସହ କାର ଓ ବାଇକ ଜବତ : ୩ ଜଣ ଗିରଫ

ଗଞ୍ଜେଇ ସହ କାର ଓ ବାଇକ ଜବତ : ୩ ଜଣ ଗିରଫ

31

କନ୍ଧମାଳ, ୦୮/୦୨ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ରେ ପୃଥକ ପୃଥକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ୩ ଜଣ ଗଞ୍ଜେଇ ଚାଲଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଓ ଫିରିଙ୍ଗିଆ ଥାନା ରେ ମୋଟ ୪୧କେଜି ୧୦୦ ଗ୍ରାମ ଗଞ୍ଜେଇ ସହ ଦୁଇଟି କାର ଓ ଗୋଟିଏ ବାଇକ ଜବତ କରିଛି ପୋଲିସ। ଏଥିରେ ପୋଲିସ ତିନିଜଣ ଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀ ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗୋଟିଏ କାର ସହ ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ସେହିଭଳି ଭାବରେ ଏଫସିଆଇ ଛକରେ ମଧ୍ୟ ଚଢ଼ାଉ କରି ଗୋଟିଏ କାର ଏବଂ ବାଇକ ଗଞ୍ଜେଇ ଚୋରା ଚାଲାଣ କରିବା ବେଳେ ୨୬ କେଜି ଗଞ୍ଜେଇ ଜବତ୍ କରି ଦୁଇଜଣ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ। ଏବଂ ଘଟଣା ସ୍ଥଳରୁ ଡ୍ରାଇଭର୍ ପପୁନ ଦିଗାଲ ଚମ୍ପଟ ମାରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.