Home ଅପରାଧ ଗଞ୍ଜେଇ ଚାଲାଣକାରୀଙ୍କ ମରଣାନ୍ତକ ଆକ୍ରମଣରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ

ଗଞ୍ଜେଇ ଚାଲାଣକାରୀଙ୍କ ମରଣାନ୍ତକ ଆକ୍ରମଣରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ

86

ମାଲକାନଗିରି, ୬/୯ (ଓଡ଼ିଆ ପୁଅ) ଶନିବାର ରାତିରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଲୋକେ ଭାରରେ ଚୋରା ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆଣି ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଯାଉଥିବା ଖବର ପାଇ ବାଲିମେଳା ଓ ମାଥିଲି ରାସ୍ତାରେ ଓର୍କେଲ ଥାନା ପୋଲିସ ଜଗିଥିଲେ। ଗଞ୍ଜେଇ ଭାରୁଆ ରାସ୍ତା ପାର ହେଉଥିବା ବେଳେ ଚାଉଳମେନ୍ଦି ଗ୍ରାମଜଙ୍ଗଲ ନିକଟରେ ଗଞ୍ଜେଇ ଭାରୁଆ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ଭାରୁଆମାନେ ପୋଲିସ ଉପରେ ଆକ୍ରମଣ କରିବାରୁ ଜଣେ ହୋମଗାର୍ଡ ଗୁରୁତର ଭାବେ ଆହତ ହୋଇଥିଲେ। ଅନ୍ଧାରର ସୁଯୋଗ ଦେଖି ଗଞ୍ଜେଇ କାଉଡ଼ିଆ ଜଙ୍ଗଲରେ ଲୁଚି ପଳାଇଥିଲେ। ଆହତ ହୋମଗାର୍ଡ ବନବାସୀ ମହାରଣାଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହୋମଗାର୍ଡ଼ ହେଉଛନ୍ତି ବନବାସୀ ମହାରଣା। ମାଥିଲିରେ ମାଲକାନଗିରି SP ଋଷିକେଶ ଡି ଖିଲାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ପୁଲିସ ପକ୍ଷରୁ ଛତିଶଗଡ଼ ମାଲକାନଗିରି ଜିଲ୍ଲା ସୀମାନ୍ତକୁ ସିଲ କରାଯାଇ ଖସିପଳାଇଥିବା ଗଞ୍ଜେଇ ଭାରୁଆ ଓ ଚୋର ଗଞ୍ଜେଇ ବେପାରୀଙ୍କୁ ଜୋରଦାର ଖୋଜା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.