Home ଅପରାଧ ଗଞ୍ଜାମ ବସ ଦୁର୍ଘଟଣା ପରେ ପରିବହନ ଓ ଶକ୍ତି ବିଭାଗରେ କଳି; ୪ଜଣ ସସ୍‌ପେଣ୍ଡ

ଗଞ୍ଜାମ ବସ ଦୁର୍ଘଟଣା ପରେ ପରିବହନ ଓ ଶକ୍ତି ବିଭାଗରେ କଳି; ୪ଜଣ ସସ୍‌ପେଣ୍ଡ

184

ଭୁବନେଶ୍ୱର୧୦ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗଞ୍ଜାମରେ ଘଟିଥିବା ବସ ଦୁର୍ଘଟଣା ପରେ କ୍ଷମତା ଥିବା ବିଜେଡି ଦଳରେ ଦୁଇ ବିଭାଗରେ ମୂଖ୍ୟ ପରସ୍ପର ଉପରେ ଦୋସାରୋପ କରିବା ରାଜନୀତି ଜୋର ଧରିଛି । ଦୁଇ ବିଭାଗ ଭୁଲ୍ ସ୍ୱୀକାର କରିବାକୁ ପ୍ରସ୍ତୁତ ହେଉନଥିବା ଦେଖାଯାଇଛି । ପ୍ରଥମେ ପରିବହନ ବିଭାଗ ପକ୍ଷରୁ ଶକ୍ତି ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ କରାଯାଇଥିବା ବେଳେ ଏବେ ଶକ୍ତି ବିଭାଗ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରାଯାଇଛି ।
ସ୍ୱସ୍ଥତାର ମନ୍ତ୍ର ପଢୁଥିବା ବିଜେଡି ସରକାରଙ୍କ ଅସଲି ଚେହେରା ଲୋକଲୋଚନକୁ ଆସିବା ଆଲୋଚ୍ୟର କାରଣ ହୋଇଛି । ଇତିମଧ୍ୟରେ ସାଉଥ୍‌କୋ ପକ୍ଷରୁ ଶକ୍ତି ବିଭାଗକୁ ଏକ ରିପେର୍ଟ୍ ପ୍ରଦାନ କରାଯାଇଛି । ଦେଉଁଥିରେ ଦର୍ଶାଯାଇଛି ଯେ, ଗ୍ରାମ୍ୟ ଉନ୍ନୟ ବିଭାଗ ପକ୍ଷରୁ କଂକ୍ରିଟ୍ ରାସ୍ତାକୁ ଅଧିକ ଉଚ୍ଚ କରାଯାଇଛି । ତେଣୁ ବସ୍‌ରେ ବିଦ୍ୟୁତ୍ ତାର ଲାଗି ଯାଇଛି । ଫଳରେ ଏଭଳି ଦୁର୍ଘଟଣା ଘଟିଛି ।ଶକ୍ତି ବିଭାଗକୁ ଦାୟୀ କରି ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ, ଶକ୍ତି ବିଭାଗର ଦାୟିତ୍ୱ ତୁଲାଇବାରେ ଅବହେଳା ଯୋଗୁଁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ।ଏହି ଘଟଣାରେ ୪ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଗୋଟିଏ ପଟେ କୌଣସି ବିଭାଗ ଏହି ଭୁଲ୍‌କୁ ମୁଣ୍ଡାଇବାକୁ ରାଜି ନଥିବା ବେଳେ ସରକାରଙ୍କ ପକ୍ଷରୁ ଦୁଇ ବିଭାଗର ୪ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି ।୪ ଜଣ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯିବା ପରେ ବି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଭୁଲ୍ ଯୋଗୁଁ ୧୦ଟି ନିରିହ ଜୀବନ ଚାଲିଗଲା । ହେଲେ ସରକାର ଏହି ଘଟଣାରେ କାହାକୁ ଗିରଫ ନକରି କେବଳ ସସ୍‌ପେଣ୍ଡ କରି ଚୁପ୍ ବସି ପଡ଼ିଲେ । ଏହି ଘଟଣାର ତଦନ୍ତ କରି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବା ଆବଶ୍ୟକ । ଅନ୍ୟପଟେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.