Home ଅପରାଧ ଇନଫୋସିଟି ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳିମାଡ; ଚିକିତ୍ସା ପାଇଁ୨୫ ହଜାର ଟଙ୍କା ଦେଲେ ପୁଲିସ କମିଶନର

ଇନଫୋସିଟି ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳିମାଡ; ଚିକିତ୍ସା ପାଇଁ୨୫ ହଜାର ଟଙ୍କା ଦେଲେ ପୁଲିସ କମିଶନର

202

ଭୁବନେଶ୍ୱର୧୦ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ଵରର ଅଞ୍ଚଳର ଛାତ୍ରୀ ସୋନାଲି ଭୁବନେଶ୍ଵରରେ ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଫ୍ୟାସନ ଡିଜାଇନିଂ ପଢୁଥିଲେ।ଆଜି ଇନଫୋସିଟି ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳିମାଡ ହୋଇଥିଲା। ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ଛାତ୍ରୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ପୁଲିସ ପକ୍ଷରୁ କୁହାଯାଉଥିଲା। କିନ୍ତୁ ପୁଲିସ ପୁରୁଷ ବନ୍ଧୁ ଆଶିଷକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ଉଠିଛି।

 

ପୁରୁଷ ବନ୍ଧୁ ଆଶିଷ ଛାତ୍ରୀଙ୍କ ପାଖକୁ ଯାଇଥିଲେ। ସେଠାରେ ସେମାନେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଆଶିଷଙ୍କ ପାଖରେ ଥିବା ଏକ ବନ୍ଧୁକରେ ଉଭୟେ ଖେଳୁଥିଲେ। କିନ୍ତୁ ବନ୍ଧୁକରୁ ଗୁଳି ଫୁଟି ତାହା ଛାତ୍ରୀଙ୍କ ଜଙ୍ଘରେ ବାଜିଥିଲା। ଗୁଳି ଗୋଟିଏ ଜଙ୍ଘରେ ପଶି ବାହାରିଯିବା ସହିତ ଅନ୍ୟପଟ ଜଙ୍ଘରେ ପଶିଯାଇଥିଲା। ଛାତ୍ରୀ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କୁ ଗୁଳିମାଡ କରାଯିବା ଘଟଣା ନୂଆ ମୋଡ଼ ନେଇଛି। କୌଣସି ଦୁର୍ବୃତ୍ତ ଏହି ଗୁଳିମାଡ଼ କରି ନ ଥିଲେ। ବରଂ ପୁରୁଷ ବନ୍ଧୁଙ୍କ ସହିତ ଛାତ୍ରୀ ଜଣକ ବନ୍ଧୁକରେ ଖେଳୁଥିବାବେଳେ ଗୁଳି ଫୁଟିଯାଇଛି। ଏହି ଘଟଣାରେ କମିଶନରେଟ ପୁଲିସ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକକୁ ଗିରଫ କରିଛି। ଛାତ୍ରୀଙ୍କ ଚିକିତ୍ସା ପାଇଁ ୨୫ ହଜାର ଟଙ୍କା ଦେଲେ ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ।  ଏନେଇ ସେ ଟ୍ୱିଟ୍ ଜରିଆରେ ପ୍ରକାଶ କରିଛନ୍ତି । ତେବେ ଏହା ପୂର୍ବରୁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଥିଲା ଯେ, ଯେଉଁ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଛି, ସେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ନଥିଲେ । ଯେଉଁମାନେ ଗୁଳିମାଡ଼ କରିଛନ୍ତି ସେମାନଙ୍କୁ ପୋଲିସ ଚିହ୍ନଟ କରିସାରିଛି । ତେବେ ଘଟଣାରେ ଆଉ କିଛି ମୋଡ଼ ଆସିପାରେ ବୋଲି ଟ୍ୱିଟ୍ ଯୋଗେ କହିଛନ୍ତି । ଛାତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ ସେ ବିପଦମୁକ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.