Home ଓଡ଼ିଶା ଦୁର୍ଘଟଣା ପରେ ସ୍ୱାସ୍ଥ ମନ୍ତ୍ରୀଙ୍କ ମନେପଡିଲା ! 

ଦୁର୍ଘଟଣା ପରେ ସ୍ୱାସ୍ଥ ମନ୍ତ୍ରୀଙ୍କ ମନେପଡିଲା ! 

182

ଭୁବନେଶ୍ୱର୧୦ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗଞ୍ଜାମ ଜିଲ୍ଲା କନ୍ୟା ଘରକୁ ନିର୍ବନ୍ଧ ପାଇଁ   ବର ପକ୍ଷର ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ନେଇ ଯାଉଥିବା ବସ ଗୋଳନ୍ଥରା ଥାନା ଟୁଲୁ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏକ ବଡ ଧରଣର ଦୁର୍ଘଟଣା ଘଟି ସେଥିରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୪୦ ଜଣ ଆହତ ହୋଇଥିଲେ।

 

ସେହି ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଓ ବ୍ରହ୍ମପୁର ମେଇକାଲ କଲେଜରେ ବର୍ଣ୍ଣ ୟୁନିଟି ନଥିବା କାରଣରୁ ଗତ କାଲି ବିଦ୍ୟୁତ କରେଣ୍ଟରେ ଆହତ ମାନଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥନାନ୍ତର କରାଯାଇଥିଲା । କେଉଁ କେଉଁ ମେଡିକାଲ କଲେଜ ଓ ମେଡିକାଲ ମାନଙ୍କରେ ବର୍ଣ୍ଣ ୟୁନିଟି ନାହିଁ ତହା ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଙ୍କର ଗତକାଲି ଘଟଣା ପରେ ମନେ ପଡିଥିବା ଜଣାପଡିଛି । ସରକାର ନାମକୁ ମାତ୍ର ୫ଟି ସଚିବ ଗଠନ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୫ଟି ଯୋଜନା ଲୋକମାନଙ୍କର ଉପକାରରେ ନଆସିବା ଆଜି ସ୍ୱାସ୍ଥ ମନ୍ତ୍ରୀଙ୍କ ବୟାନ ପରେ ଜଣାପଡିଛି । ଏଣିକି ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ଣ୍ଣ ୟୁନିଟ ରହିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.