Home ଓଡ଼ିଶା ଗଙ୍ଗେଶ୍ୱର ମନ୍ଦିର ପୁର୍ନଉଦ୍ଧାର ପାଇଁ ରଣପୁର ବାସୀଙ୍କ ଉଦ୍‌ବେଗ

ଗଙ୍ଗେଶ୍ୱର ମନ୍ଦିର ପୁର୍ନଉଦ୍ଧାର ପାଇଁ ରଣପୁର ବାସୀଙ୍କ ଉଦ୍‌ବେଗ

239

ନୟାଗଡ/୦୧/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଘଂଚ ଅରଣ୍ୟ ରିଜର୍ଭ ଜଙ୍ଗଲରେ ଥିବା ଗଙ୍ଗେଶ୍ୱର ମନ୍ଦିର ପୁର୍ନଉଦ୍ଧାର ନେଇ ରଣପୁରବାସୀଙ୍କ ଉଦ୍‌ବେଗ ପ୍ରକାଶ ପାଇଥିବା ଜଣା ପଡିଛି । ସାନମାଳ ଓ ବଡମାଳକୁ ନେଇ ନୟାଗଡ ଜିଲ୍ଲା ରଣପୁର ବନାଂଚଳର ରିଜର୍ଭ ଜଙ୍ଗଲ । ଏହି ଜଙ୍ଗଲରେ ରଣପୁର ତତ୍‌କାଳୀନ ରାଜା ପଦ୍ମନାଭ ନରେନ୍ଦ୍ର ଏକ ଗଙ୍ଗେଶ୍ୱର ଶିବ ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ଏହି ମନ୍ଦିର ଦଧିନଉତିରେ ବଜ୍ରପାତକୁ ରୋକାଯିବା ପାଇଁ ଏକ ଚୁମ୍ବକୀୟ ପ୍ଲେଟ୍ ଲଗାଯାଇଥିଲା । କାଳକ୍ରମେ କିମ୍ବଦନ୍ତୀ କୁହେ ବ୍ରିଟିଶ୍ ସରକାରଙ୍କ ଅମଳରେ ଉଡାଜାହାଜ ଚଳପ୍ରଚଳ ବେଳେ ଉଡାଜାହାଜଟି ଏହି ମନ୍ଦିର ଉପରେ କିଛି ସମୟ ଅଟକି ରହିଥିଲା । ଯାହା ଫଳରେ ବ୍ରିଟିଶ୍ ସରକାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଜଣା ପଡିଥିଲା ଯେ ଏହି ଗଙ୍ଗେଶ୍ୱର ମନ୍ଦିର ଦଧିନଉତିରେ ଲାଗିଥିବା ଚୁମ୍ବକୀୟ ପଥରଟି ଉଡାଜାହାଜକୁ କିଛି ସମୟ ଅଟକାଇ ଦେଇଥିଲା । ତେଣୁ ବ୍ରିଟିଶ୍ ସରକାର ଏହି ମନ୍ଦିରକୁ ତଦନ୍ତ କରିବା ସହ ସେହି ମନ୍ଦିରକୁ ଧୁଳିସାତ୍ କରି ଲାଗିଥିବା ମ୍ୟାଗ୍‌ନେଟ୍ ପଥରକୁ ନେଇ ଯାଇଥିଲେ । ଯାହା ଫଳରେ ସେହି ମନ୍ଦିରରେ ଏବେ ଠାକୁର ଅଛନ୍ତି କିନ୍ତୁ କାରୁକାର୍ଯ୍ୟ ଅଛି । ମନ୍ଦିରର ଠାକୁର ଓ କାରୁକାର୍ଯ୍ୟ ସେହି ଦିନଠାରୁ ବିଛୁଡିତ ଅବସ୍ଥାରେ । ଏଥିପାଇଁ ରଣପୁରର ସାନମାଳ ଓ ବଡମାଳ ଅଂଚଳ ଅଧିବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ବହୁ ରାଜନେତା ଆସୁଛନ୍ତି ତା ପରେ ଯାଉଛନ୍ତି କିନ୍ତୁ ରଣପୁର ରାଜା ଓ ସାନମାଳ, ବଡମାଳର ମୁଖ୍ୟ ପ୍ରତ୍ୟକ୍ଷ ଗଙ୍ଗେଶ୍ୱର ମନ୍ଦିରର ପୁର୍ନଉଦ୍ଧାର କରୁନାହାନ୍ତି । ତେଣୁ ସାନମାଳ,ବଡମାଳ ଅଂଚଳ ଅଧିବାସୀଙ୍କ ମୁଖ୍ୟ ଅନୁରୋଧ ଗଙ୍ଗେଶ୍ୱର ଶିବ ମନ୍ଦିରକୁ ପୁର୍ନଉଦ୍ଧାର କଲେ ଓଡିଶା ଇତିହାସରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଏହି ଅଂଚଳ ଆଦୃତ ହେବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.