Home ଜିଲ୍ଲା ପରିକ୍ରମା ଗୋଳେଇପୁର ମହୋତ୍ସବ ଉଦ୍‌ଯାପିତ

ଗୋଳେଇପୁର ମହୋତ୍ସବ ଉଦ୍‌ଯାପିତ

123

ଯାଜପୁର ୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହୋତ୍ସବ ଅଂଚଳର ବିକାଶ ଓ ଭାଇଚାରର ପର୍ବ ଅଟେ ।ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ମହୋତ୍ସବ ଭାଇଚାରାର ପ୍ରତୀକ । ମହୋତ୍ସବ ଏକତାକୁ ବଜାୟ ରଖିଥାଏ ବୋଲି ଗୋଳେଇପୁର ମହେତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଯୋଗଦେଇ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ଉମାକାନ୍ତ ଖଣ୍ଡାଇଙ୍କ ସଭାପତିତ୍ୱରେ ପ୍ରଦୀପ କୁମାର ମହାନ୍ତିଙ୍କ ସଂଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମହୋତ୍ସବ କମିଟିର ସଭାପତି ଜୟ ପ୍ରକାଶ ମହାନ୍ତି, ସରପଂଚ କାର୍ତିକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଭାକର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଥାନାଧିକାରୀ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଅଦୈତ୍ୟ ସାହୁ, ଗଙ୍ଗାଧର ମହାପାତ୍ର, ତପନ ଦାସ, ସୁଶାନ୍ତ ପଣ୍ଡା, ସଂଗ୍ରାମ ମହାନ୍ତି, ତପନ ପଣ୍ଡା, ଦେବୀଦତ ମହାପାତ୍ର, ହବିବୁଲ୍ଲା ବେଗ, ଚନ୍ଦ୍ରକାନ୍ତ ଖଣ୍ଡାଇ, ରବି ରଣା, ମଙ୍ଗୁଳି ବୋଷ, ମାଗୁଣି ମଳିକ, ରାଜୁ ମଳିକ ପ୍ରମୁଖ ମହୋତ୍ସବ ସଂଚଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.