Home ଜିଲ୍ଲା ପରିକ୍ରମା ଗଙ୍ଗାଭରମ ପୋର୍ଟରେ ୱାରବର୍ଗର ୩୧.୫ପ୍ରତିଶତ ଅଂଶଧନ ହାସଲ କରିବ ଆଦାନୀ ପୋର୍ଟ

ଗଙ୍ଗାଭରମ ପୋର୍ଟରେ ୱାରବର୍ଗର ୩୧.୫ପ୍ରତିଶତ ଅଂଶଧନ ହାସଲ କରିବ ଆଦାନୀ ପୋର୍ଟ

26

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସର୍ବବୃହତ ବେସରକାରୀ ବନ୍ଦର ଓ ଲଜିଷ୍ଟିକ୍ କମ୍ପାନୀ ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ଗଙ୍ଗାଭରମ୍ ପୋର୍ଟରେ ଥିବା ୱିଣ୍ଡି ଲେକସାଇଡ୍ ଇନଭେଷ୍ଟମେଣ୍ଟ ଲିମିଟେଡ(ୱାରବର୍ଗ ପିଙ୍କସ୍ ଇଣ୍ଡିଆ ସହ ଅନୁବନ୍ଧିତ)ର ୩୧.୫ ପ୍ରତିଶତ ଅଂଶଧନ ହାସଲ କରିଛି । ଏହି ଅଧିଗ୍ରହଣର ମୂଲ୍ୟ ୧,୯୫୪ କୋଟି ରହିଛି । ଗଙ୍ଗାଭରମ୍ ପୋର୍ଟ, ଆନ୍ଧ୍ରପ୍ରଦେଶର ଉତ୍ତର ଭାଗରେ ଭାଇଜାଗ୍ ପୋର୍ଟ ପାଖକୁ ରହିଛି । ୬୪ଏମ୍‌ଏମ୍‌ଟି ଉତ୍ପାଦନ କ୍ଷମତା ସହିତ ଏହା ଆନ୍ଧ୍ର ପ୍ରଦେଶର ଦ୍ୱିତୀୟ ବୃହତ୍ତମ ଅଣ ପ୍ରମୁଖ ବନ୍ଦର, ଯାହାର ପ୍ରତିଷ୍ଠା ପାଇଁ ଆନ୍ଧ୍ର ସରକାର ରିହାତି ପ୍ରଦାନ କରିଛନ୍ତି ଓ ୨୦୫୯ ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହା ଏକ ବହୁ ଉଦ୍ଦେଶ୍ୟ ଭିତ୍ତିକ, ଗଭୀର ଜଳ ବନ୍ଦର, ଯାହାକି ୨ଲକ୍ଷ ଡିଡବ୍ଳ୍ୟୁଟି ପର୍ଯ୍ୟନ୍ତ ଭାର ବହନକାରୀ ସୁପର କେପ୍ ସାଇଜ ଜାହାଜ ପରିଚାଳନାରେ ସକ୍ଷମ । ବର୍ତ୍ତମାନ ଗଙ୍ଗାଭରମ୍ ପୋର୍ଟ ୯ଟି ବର୍ଥ ପରିଚାଳନା କରୁଛି ଏବଂ ଏହାର ୧୮୦୦ ଏକର ଫ୍ରି ହୋଲ୍ଡ ଭୂମି ରହିଛି । ୩୧ ବର୍ଥରେ ବାର୍ଷିକ ୨୫୦ ଏମ୍‌ଏମ୍‌ଟି ମାଷ୍ଟର ପ୍ଲାନ କ୍ଷମତା ସହିତ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଗଙ୍ଗାଭରମ୍ ପୋର୍ଟ ପାଖରେ ପର୍ଯ୍ୟପ୍ତ ହେଡରୁମ ରହିଛି ।

ଗଙ୍ଗାଭରମ୍ ପୋର୍ଟ କୋଇଲା, ଲୁହାପଥର, ସାର, ଚୂନ ପଥର, ବକ୍ସାଇଟ୍‌, ଚିନି, ଆଲୁମିନା ଏବଂ ଷ୍ଟିଲ୍ ସହିତ ବିଭିନ୍ନ ସାମଗ୍ରୀର ପରିବହନ କରିଥାଏ । ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ କରଣ ଆଦାନୀ କହିଛନ୍ତି, ଏକ ବନ୍ଦର ଓ ଲଜିଷ୍ଟିକ୍ ନେଟୱାର୍କ ନିର୍ମାଣ ପାଇଁ ଗଙ୍ଗାଭରମ୍ ପୋର୍ଟ ଅଧିଗ୍ରହଣ ଆମ ରଣନୀତିର ଏକ ଅଂଶ, ଯାହା ଦେଶରେ ଗ୍ରାହକଙ୍କୁ ସେବା ଦେବାର କ୍ଷମତାରେ ଅତୁଳନୀୟ ହେବ । ଆମେ ବିଶ୍ୱାସ କରୁଛୁ ଯେ ଗଙ୍ଗାଭରମ୍ ପୋର୍ଟ ଏହାର ବହୁଳ କାର୍ଗୋ ଟର୍ମିନାଲକୁ ନୂତନ କାର୍ଗୋ ବର୍ଗ ସହିତ ସମ୍ପନ୍ନ କରିବାର କ୍ଷମତା ରଖିଛି, ଯାହା ଆମେ ବିକାଶ କରିବାକୁ ଇଚ୍ଛୁକ ଅଟୁ । ନିବେଶ ସମୟରେ ଏକ ସବୁଜ କ୍ଷେତ୍ର ପ୍ରକଳ୍ପରୁ ଗଙ୍ଗାଭରମ୍ ପୋର୍ଟ ଏକ ବିଶ୍ୱସ୍ତରୀୟ ପୋର୍ଟରେ ପରିଣତ ହୋଇଛି । ରାଜୁ ପରିବାର ଏବଂ ଗଙ୍ଗାଭରମ୍ ପୋର୍ଟ ଟିମ୍ ସହ ଆମର ସହଭାଗିତାକୁ ନେଇ ଆମେ ବେଶ ଖୁସି ଓ ଆଦାନୀ ଗ୍ରୁପ୍ ସହଭାଗିତାରେ ବନ୍ଦରର ସଫଳତାକୁ ଅପେକ୍ଷା କରିଛୁ ବୋଲି ୱାରବର୍ଗ ପିଙ୍କସ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିଶାଲ ମହାଦେବ କହିଛନ୍ତି । ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଭାରତର ଅଗ୍ରଣୀ ତଥା ସବୁଠାରୁ ଦକ୍ଷ ଗଭୀର ଜଳ ବନ୍ଦର ମଧ୍ୟରୁ ଗଙ୍ଗାଭରମ୍ ପୋର୍ଟର ସଫଳତା ପାଇଁ ଆମେ ଗର୍ବିତ । ବନ୍ଦରର ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ଆଦାନୀ ଗ୍ରୁପର ଅବଦାନକୁ ଅପେକ୍ଷା କରିଛୁ ବୋଲି ଗଙ୍ଗାଭରମ୍ ପୋର୍ଟ ଲିମିଟେଡର ଅଧ୍ୟକ୍ଷ ଡିଭିଏସ୍ ରାଜୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.