Home ଓଡ଼ିଶା ଖୋଲିବ ୧୩୩ ଡାକଘର

ଖୋଲିବ ୧୩୩ ଡାକଘର

757

ଭୁବନେଶ୍ୱର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଡାକସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଖୋଲିବ ୧୩୩ ଡାକଘର । ଏଥିପାଇଁ ଡାକ ବିଭାଗ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।  ତେବେ ସମ୍ବଲପୁରରେ ୨୭ଟି ଓ ବଲାଙ୍ଗୀର ଓ ସୁନ୍ଦରଗଡ଼କୁ ମିଶାଇ ୧୩ଟି ଡାକଘର ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ।  ପ୍ରତିବର୍ଷ ଡାକ ବିଭାଗ ଅକ୍ଟୋବର ୯ତାରିଖରେ ‘ବିଶ୍ବ ଡାକ ଦିବସ’ଠାରୁ ଆରମ୍ଭ କରି ୧୫ତାରିଖ ପର୍ଯ୍ୟନ୍ତ ‘ରାଷ୍ଟ୍ରୀୟ ଡାକ ଦିବସ‘ ପାଳନ କରିଆସୁଛି । ଓଡ଼ିଶା ପରିମଣ୍ଡଳରେ ୩୦ବର୍ଷ ବ୍ୟବଧାନରେ ଚଳିତବର୍ଷ ଏପ୍ରିଲ ମାସରେ ରାୟଗଡ଼ା ଡାକ ମଣ୍ଡଳ ଓ ଜୁନ୍ ମାସରେ ରାଉରକେଲା ଡାକମଣ୍ଡଳ ଶୁଭାରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.