Home ଓଡ଼ିଶା ଖୋର୍ଦ୍ଧାରୋଡ଼ ଡିଭିଜନକୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରିବାକୁ ରେଳମନ୍ତ୍ରୀଙ୍କୁ ପତ୍ର : ସମାଜବାଦୀ ପାର୍ଟି

ଖୋର୍ଦ୍ଧାରୋଡ଼ ଡିଭିଜନକୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରିବାକୁ ରେଳମନ୍ତ୍ରୀଙ୍କୁ ପତ୍ର : ସମାଜବାଦୀ ପାର୍ଟି

323

ଭୁବନେଶ୍ୱର : ୨୦ା୧ (ଓଡ଼ିଆ ପୁଅ) : ୨୦୧୭ ମସିହା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଖୋର୍ଦ୍ଧା ରେଳ ଜଙ୍କସନ୍‌ର ନାମ ବକ୍ସିଙ୍କ ନାମରେ ନାମିତ କରିବାକୁ ସମାଜବାଦୀ ପାର୍ଟି ଦାବି କରିଥିଲା। ଏହା ଆଜିପର୍ଯ୍ୟନ୍ତ ହୋଇପାରିନାହିଁ। ଗତକାଲି ରେଳ ମନ୍ତ୍ରଣାଳୟ ‘ଉତ୍ତର ପ୍ରଦେଶ’ର ମୋଗଲସରାଇ ରେଳ ଡିଭିଜନର ନାମକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରେଳ ଡିଭିଜନକୁ ‘ବକ୍ସି ଜଗବନ୍ଧୁ’ଙ୍କ ନାମରେ ନାମିତ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରି ରେଳମନ୍ତ୍ରୀ ଶ୍ରୀଯୁକ୍ତ ପିୟୁଷ ଗୋୟଲଙ୍କୁ ଏକ ପତ୍ର ଲେଖିଚନ୍ତି।

ଏହାବ୍ୟତୀତ ଖୋର୍ଦ୍ଧା ସହର ରେଳ ଷ୍ଟେସନ୍‌କୁ ତାପଙ୍ଗ ଦଳ ବେହେରା ଓ ନୟାଗନ ରେଳ ଷ୍ଟେସନକୁ ଶୁକ୍ର ବେହେରାଙ୍କ ନାମରେ ନାମିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ଏକ ନକଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଆସନ୍ତା ୨୪ ତାରିଖ ଦିନ ପାଇକ ବିଦ୍ରୋହର ନେତା ବକ୍ସି ଜଗବନ୍ଧୁଙ୍କର ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଯେଉଁ ପାଇକ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ସେହି ସମାବେଶରେ ଖୋର୍ଦ୍ଧା ରୋଡ ଡିଭିଜନକୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପାଇକମାନେ ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ବେହେରା ସେମାନଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.