Home ଓଡ଼ିଶା ଅଭିଯୁକ୍ତକୁ ଧରିବାକୁ ଯାଇ ଲହୁଲୁହାଣ ହେଲା ପୋଲିସ

ଅଭିଯୁକ୍ତକୁ ଧରିବାକୁ ଯାଇ ଲହୁଲୁହାଣ ହେଲା ପୋଲିସ

317

ବାଲେଶ୍ଵର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଅଭିଯୁକ୍ତକୁ ଧରିବାକୁ ଲହୁଲୁହାଣ ହେଲା ପୋଲିସ। ଏଭଳି ଘଟଣା ନୀଳଗିରି ଉପଖଣ୍ଡ ଈଶ୍ବରପୁର ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ନୀଳଗିରି ଉପଖଣ୍ଡ ଈଶ୍ୱରପୁର ଫାଣ୍ଡି ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମର ଅଜୟ ମଲିକ ନାମକ ଯୁବକ ରାଉଲକେଲା ଅଞ୍ଚଳର ସଦାନନ୍ଦ ସାହୁଙ୍କୁ ଜମି ଦେବାକୁ କହି ୧୦ ଲକ୍ଷ ଟଙ୍କା ଠକେଇ କରିଥିଲେ। ପରେ ଏ ନେଇ ନୀଳଗିରି ଥାନରେ ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଆଜି ତଦନ୍ତକାରୀ ଅଫିସର ସବ୍-ଇନ୍ସପେକ୍ଟର ବାସୁଦେବ ଜୟସିଂହ, ଈଶ୍ୱରପୁର ଫାଣ୍ଡି ଅଧିକାରୀ ଅଗରୁ ଚରଣ ଦାସଙ୍କ ସମେତ କିଛି କନେଷ୍ଟବଳ ଖବର ପାଇ ଧରିବାକୁ ଯାଇଥିଲେ। ହେଲେ ପୂର୍ବରୁ ପୋଲିସକୁ ଦେଖି ଅଭିଯୁକ୍ତ ଖସି ଯାଇଥିବାବେଳେ ଆଜି ପୋଲିସ ସାଧା ପୋଷାକରେ ଜୁରିଆପଟଣା ଗାଁକୁ ଯାଇଥିଲେ। ଅଭିଯୁକ୍ତ ଅଜୟକୁ ଧରିବାବେଳେ ତାଙ୍କର ୨୦ରୁ ଉର୍ଦ୍ଧ୍ୱ ସମର୍ଥକ ପୋଲିସକୁ ଘେରିଯାଇଥିଲେ। ଅଭିଯୁକ୍ତକୁ ପୋଲିସ ଧରିନେଇଥିବା ବେଳେ ସେମାନେ ପୋଲିସକୁ ମାଡ଼ମାରି ଅଭିଯୁକ୍ତଙ୍କୁ ଖସାଇ ନେଇଥିଲେ। ଏପରିକି ଆକ୍ରମଣର ଶିକାର ହୋଇ ଖଗେଶ୍ୱର ଜେନା, ରାମକୃଷ୍ଣ ମାଝୀ ଓ ବିଶ୍ୱରଂଜନ ସିଅଳ ନାମକ ତିନିଜଣ କନେଷ୍ଟବଳ ଆହତ ହୋଇଛନ୍ତି। ବହୁ ସମୟ ପର୍ଯ୍ୟନ୍ତ ୫ ଜଣ ପୋଲିସ ଗାଁରେ ଅଟକଥିବାବେଳେ କେହି ଗ୍ରାମବାସୀ ଘଟଣାସ୍ଥଳକୁ ଆସିନଥିଲେ। ପରେ ନୀଳଗିରି ଆଇଆଇସି ନଳିତା ମୋଦି ଘଟଣାସ୍ଥଳକୁ ଯାଇ ଅଟକ ପୋଲିସକୁ ଉଦ୍ଧାର କରିବା ସହ ତାର ସହଯୋଗୀ ଭିଣୋଇ ମିନ ମଲ୍ଲିକକୁ ଗିରଫ କରି ନୀଳଗିରି ଥାନାକୁ ଆଣିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.