Home କୋରାପୁଟ କୋରାପୁଟ ସଦର ମହକୁମାରେ ଆମ୍ବେଦକର ଜୟନ୍ତୀ ପାଳିତ

କୋରାପୁଟ ସଦର ମହକୁମାରେ ଆମ୍ବେଦକର ଜୟନ୍ତୀ ପାଳିତ

23

କୋରାପୁଟ  ୧୪-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହକୁମାରେ ଭାରତରତ୍ନ ଡ.ଭୀମାରାଓ ରାମଜୀ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି ।କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକର ପାର୍କଠାରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତରେ  କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , କୋରାପୁଟ ବିଧାୟକ ରଘୁରାମ ପଡାଲ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ,କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ , କୋରାପୁଟ ତହସିଲଦାର ରଂଜନ କୁମାର ମାନସେଠ , କୋରାପୁଟ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ଜାନି , ପୂର୍ବତନ ବିଧାୟକ ନିମାଇଁ ସରକାର ,କଂଗ୍ରେସ ନେତା ବାବୁଲା ବେନିଆ ,ରୁପକ ତୁରୁକ , କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ କୁମାର ବାଖ୍ୟା , ମନୋଜ ଆଚାର୍ଯ୍ୟ , ରମେଶ ଖରା , କୋରାପୁଟ ଓକିଲ ସଂଘ ସଭାପତି ଅଜିତ କୁମାର ପାତ୍ର , ଆମ୍ବେଦକ ସ୍‌ୃତି କମିଟି  ଓ ଜିଲ୍ଲା ଆଦିବାସୀ ସମାଜର ସଦସ୍ୟମାନେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର  ସତ୍ୟ ନାରାୟଣ ପ୍ରଧାନ , ସନ୍ତୋଷ କୁମାର ସେଠୀ ଓ ଏ.କେ.ବେହେରା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.