Home ଓଡ଼ିଶା ରଣପୁର ଗଡଜାତ ଅଂଚଳରେ ଝାମୁଚଲା ଓ ପାଟଖାଇ ଯାତ୍ରା ଶେଷ

ରଣପୁର ଗଡଜାତ ଅଂଚଳରେ ଝାମୁଚଲା ଓ ପାଟଖାଇ ଯାତ୍ରା ଶେଷ

33

ନୟାଗଡ/୧୪/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଗଡଜାତର ରାଜାମାନେ ପ୍ରାୟତଃ ଶୈବଭକ୍ତ ଥିଲେ । ତେଣୁ ରଣପୁର ଅଂଚଳରେ ଶତାଧିକ ଶିବ ମନ୍ଦିର ରହିଅଛି । କୈଳାଶବାସୀ ବିଭିନ୍ନ ନାମରେ ପୂଜା କରାଯାଇଥାଏ । ସେହି ଅନୁସାରେ ୨୭ଗୋଟି ସ୍ଥାନରେ ଦଣ୍ଡଯାତ୍ରା ,କୋଠି ନିର୍ମାଣ ହୋଇ ଯାତ୍ରା କରାଯାଉଅଛି । ଗତ ବର୍ଷ କୋରନାର ଭୟାବହତା ସାଙ୍ଗକୁ କୋଭିଡ୍ କଟକଣା ଯୋଗୁଁ ଦଣ୍ଡଯାତ୍ରା ବନ୍ଦ ହୋଇଯାଇଥିଲା । ମାତ୍ର କେବଳ କାମନା ମନ୍ଦିର ବେଢା ଭିତରେ ନିତିକାନ୍ତି କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଭକ୍ତ ଓ ଭକ୍ତାଙ୍କୁ ନେଇ ଦଣ୍ଡନୃତ୍ୟ ଅନୁଷିତ ହୋଇଯାଇଅଛି । ମହାବିଷୁବ ସଂକ୍ରାନ୍ତି ତଥା ହିନ୍ଦୁ ନବ ବର୍ଷର ଆରମ୍ଭରେ ଭକ୍ତ ଓ ଭକ୍ତାଙ୍କ ନିଷ୍ଠା ଓ ପରାକାଷ୍ଠାର ପ୍ରମାଣ ସୂରୁପ ଭକ୍ତାମାନେ ଝାମୁଅଗ୍ନିରେ ଚାଲି ଥିଲେ ।

ପ୍ରଥମେ ଗଙ୍ଗାକୁଣ୍ଡ ତାପରେ ଝାମୁଅଗ୍ନି ଶେଷରେ ଯମୁନା କୁଣ୍ଡରେ ପାଦ ରଖିଥିଲେ । ଏହାଥିଲା ଦଣ୍ଡପାଟ ବେତ ବିଶ୍ୱାସର ପ୍ରତୀକ ମାନସିକଧାରୀ ମାନେ ପାଟ ଫୋଡାଇଥିଲେ । ପିଠି ପଛପଟେ ୨ଟି ଲୁହାକଣ୍ଟା ଝୁଳାଇ ରୁଦ୍ରକାଳିକା ,ବେଢାକାଳିକା ଆଦି ବେଶରେ ସୁସଜ୍ଜିତ ହେଇ ଭକ୍ତ ମାନଙ୍କ ଦ୍ୱାରକୁ ଯାଇ ପଣା ସେବନ କରିଥିଲେ । ରଣପୁର ବଡକୋଠି,ସାନକୋଠି, ଲତାର ବାଲୁଙ୍କେଶ୍ୱରକୋଠି,ବାସୁଦିଆ, ନନ୍ଦପୁର , ମଧୁପୁର, ଯଶୋଦାପୁର, ଲେଖନପୁର, ସାରଙ୍ଗଧରପୁର, ପୁରୁଣାବସନ୍ତ, ରାଜସୁନାଖଳା, ଲେମ୍ବୋଡି, ସାନଗଡ, ବାଙ୍କପୁର, ବରମୂଳ, ଝାରପଡା,ମୟୁରଝାଲିଆ, ଗୋପାଳପୁର, କନ୍ଧନୟାଗଡ, ରାଜଜଙ୍କିଆ, ରାଇପଡା ,ପଟିଆ ଆଦି ୨୭ ଗୋଟି କୋଠିରେ ଏହି ଭକ୍ତ ଓ ଭକ୍ତାଙ୍କର ବିଶ୍ୱାସର ପ୍ରତୀକ ଦଣ୍ଡଯାତ୍ରା,ଝାମୁଚଲା ,ପାଟଖାଇ ଯାତ୍ରା ଶେଷ ହୋଇ ଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.