Home କୋରାପୁଟ  କୋରାପୁଟ ଜିଲ୍ଲାରେ ୧୨ଜଣ କରୋନା ପଜିଟିଭ ଚିହ୍ନଟ

 କୋରାପୁଟ ଜିଲ୍ଲାରେ ୧୨ଜଣ କରୋନା ପଜିଟିଭ ଚିହ୍ନଟ

35

କୋରାପୁଟ ୧୪-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧୁବାର ଦିନ ୪ଜଣ  ମହିଳାଙ୍କ ସମେତ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନାଦିଆଯାଇଛି  ା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ଖାଲ ସାହି,ଆଦର୍ଶର୍ ନଗର,ଜୟନଗର,ଢେପଗୁଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ପୌରାଂଚଳର ଗାନ୍ଧି ନଗରରୁ ଜଣେ  ଚିହ୍ନଟ ହୋଇଥିବା ଜଣାପଡିଛି ।ସୁନାବେଡା ପୌରାଂଚଳର ସେମିଲିଗୁଡା କୈଳାଶ ନଗରରୁ  ଜଣେ ଏବଂ କୋଟପାଡ ଏନଏସି କେନ୍ଦୁଗୁଡାରୁ ଜଣେ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକ ତୁରୁକପେଟ୍ଟାରୁ ୨,ଜୟପୁର ବ୍ଲକ ଏକଟାଗୁଡାରୁ  ଜଣେ  ଏବଂ  କୋଟପାଡ  ବ୍ଲକ ଚାନ୍ଦିଲି ଏବଂ ଭନସୁଲି ଗ୍ରାମରୁ  ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୩ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୧ଲକ୍ଷ ୯୦  ହଜାର ୪୭୩ ଜଣଙ୍କୁ କରୋନା ଟୀକା କରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.