Home କୋରାପୁଟ କୋରାପୁଟ ଷ୍ଟାଡିୟମରେ ପ୍ରବେଶ ନିମନ୍ତେ ଆଦାୟ ହେଉଥିବା ଦେୟ ଛାଡ କରିବାକୁ ଦାବି

କୋରାପୁଟ ଷ୍ଟାଡିୟମରେ ପ୍ରବେଶ ନିମନ୍ତେ ଆଦାୟ ହେଉଥିବା ଦେୟ ଛାଡ କରିବାକୁ ଦାବି

44

କୋରାପୁଟ  ୩୧-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଷ୍ଟାଡିୟମରେ ପ୍ରବେଶ ନିମନ୍ତେ ବିଭାଗ ତରଫରୁ ପ୍ରତିଦିନ ଜଣକ ପିଛା ୫ ଟଙ୍କା ଆଦାୟ କରାଯାଉଥିବା ଦେଇ ଛାଡ କରିବାକୁ  କୋରାପୁଟ ସହରବାସୀ ଦାବି କରିଥିବା ଜଣାପଡିଛି ।ସକାଳ ଓ ସଂଧ୍ୟାରେ ଚାଲିବା ନିମନ୍ତେ କେବଳ ଅନୁମତି ଦିଆଯାଇଛି ।ଦେୟ ନେଇକି ଷ୍ଟାଡିୟମରେ କୈାଣସି ସୁବିଧା ଦିଆଯାଉ ନ ଥିବା ଅଭିଯୋଗ କରାଯାଇଛି ।ପାନୀୟ ଜଳର ସୁବିଧା ନ ଥିବା ବେଳେ ଶୈାଚାଳୟର ସୁବିଧା ନ ଥିବା କୁହାଯାଇଛି ।କୋରାପୁଟ ସହରରେ ଏକମାତ୍ର ଷ୍ଟାଡିୟମ ଥିବା ବେଳେ ଦେୟ ଆଦାୟ କରାଯାଉଥିବାରୁ ବରିଷ୍ଠ ନାଗରିକ ଓ ଛୋଟ ପିଲାମାନେ ରାସ୍ତାରେ ଚାଲିବା କେତେଦୂର ଚୁକ୍ତିଚୁକ୍ତ ବୋଲି ସହରବାସୀ ମତବ୍ୟକ୍ତ କରି କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଦେୟ ଛାଡ କରିବାକୁ ଦାବି କରିଛନ୍ତି ।ଷ୍ଟାଡିୟମରେ ବିଭିନ୍ନ ଖେଳ ଖେଳିବାକୁ ଅନୁମତି ଦେବାକୁ ସାଧାରଣରେ ଦାବି ହେଉଛି । ଦାବିପତ୍ର ପାଇଲା ପରେ କୋରାପୁଟ ଜିଲ୍ଲାପାଳ ଦେୟ ସଂପର୍କିତ ନଥିପତ୍ର ମାଗିଥିବା ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗୀ ସୂଚନା ଦେଇଛନ୍ତି ।ଦାବିପତ୍ର ପ୍ରଦାନ ବେଳେ ମନୋଜ କୁମାର ନାୟକ ,ଶିବ ପ୍ରସାଦ ପଣ୍ଡା,ମୃତ୍ୟୁଞୟ ବିଷୋୟି ,ଦେବୀ ପ୍ରସାଦ ପ୍ରଧାନ , ସିମୁନ ବାଘ ,ଜେମିସେଷ ଖରା ,ସୁଜିତ କୁମାର ସାହୁ ,ରଂଜନ କୁମାର ସାହୁ ,ମନୋଜ କୁମାର ପଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.