Home କୋରାପୁଟ ଅଜଣା ଗାଡି ଧକ୍କାରେ ଯୁବକ ମୃତ,ରେଡକ୍ରସ ପାଣ୍ଠିରୁ ସହାୟତା

ଅଜଣା ଗାଡି ଧକ୍କାରେ ଯୁବକ ମୃତ,ରେଡକ୍ରସ ପାଣ୍ଠିରୁ ସହାୟତା

77

କୋରାପୁଟ୦୨-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସଦର ଥାନା ମହାଦେଇପୁଟ ପଂଚାୟତର ମଣ୍ଡାଗୁଡା ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ମହାଦେଇପୁଟର ସଦାଶିବ ପରସଲି ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ସଦାଶିବ  କୋରାପୁଟ ଯାଉଥିବାବେଳେ କୌଣସି ଗାଡି  ଧକ୍କା ଦେଇ ଚାଲି ଯାଇଥିଲା । ଘଟଣା ସ୍ଥଳରେ ସଦାଶିବଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି  ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଦାଶିବ  ଭାରତୀୟ ଜନତା ପାର୍ଟିର ଜଣେ ସକ୍ରୀୟ ସଦସ୍ୟ ଥିଲେ ଓ ଜଣେ ଯୁବ ସମାଜସେବୀ  ଭାବେ ସ୍ଥାନୀୟ ଅଂଚଳରେ  ବେଶ ଲୋକପ୍ରିୟ ଥିଲେ । ତାଙ୍କ ମୃତ୍ୟୁରେ  କୋରାପୁଟ ବ୍ଲକ ଜୋନ-୧  ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ବିଜେପି ନେତା ତ୍ରିପୁରାରୀ ଗରଡା,ମହାଦେଇପୁଟ ପଂଚାୟତର ନାଏବ ସରପଂଚ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଜିଲା ପ୍ରଶାସନ ତରଫରୁ ମୃତ ସଦାଶିବଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ଞାନଜୀତ  ତ୍ରିପାଠୀ  ସଦାଶିବଙ୍କ ସମ୍ପର୍କୀୟଙ୍କୁ ସହାୟତା ରାଶିର ଚେକ ପ୍ରଦାନ କରିଛନ୍ତି । ଚେକ ପ୍ରଦାନ ବେଳେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ବିଭାଗୀୟ  ଅଧିକାରୀ ପ୍ରକାଶ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ । ସୋଲାଟିୟମ ପାଣ୍ଠିରୁ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଟୁଇଟର ମାଧ୍ୟମରେ ସମାଜସେବୀ କର୍ପୁର ହନ୍ତାଲ ନିବେଦନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.