Home କୋରାପୁଟ କୋରାପୁଟ ଜିଲ୍ଲାରେ ୯ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୯ କରୋନା ପଜିଟିଭ ଚିହ୍ନଟ

23

କୋରାପୁଟ ୦୬-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମଙ୍ଗଳବାର ଦିନ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ପୁରୁଷ  ଓ ୪ ଜଣ ମହିଳା ରହିଥିବା ଜଣାପଡିଛି ।କୋରାପୁଟ ବ୍ଲକ ଅନ୍ତର୍ଗତ ଦାମନଯୋଡିସ୍ଥ ନାଲକୋ  ସେକ୍ଟର-୨ ,ଦଶମନ୍ତପୁର ବ୍ଲକର ପୋଡାଗଡ ଓ ଜୟପୁର ବ୍ଲକର ବାମୁଣୀଗାଁରୁ ଜଣେ  ଲେଖାଏଁ  ଚିହ୍ମଟ ହୋଇଥିବା ଜଣାପଡିଛି ।ଜୟପୁର ମ୍ୟୁନସିପାଲଟି ଅନ୍ତର୍ଗତ ପୁରୁଣାଗଡ ଓ ନେହେରୁନଗରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଂଚାୟତର ଫାଟୁସେନେରୀ ଓ ନେରେଡିବାଲସା ଗ୍ରାମରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲାରେ ଆଜିସୁଦ୍ଧା ୧ ଲକ୍ଷ ୬୪ ହଜାର ୭୯୫ ଜଣ ବ୍ୟକ୍ତି କୋଭିଡ ଟୀକା ନେଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.