Home କୋରାପୁଟ ସଂଘୀୟ ବ୍ୟବସ୍ଥାରେ କୋଟିଆର ସମସ୍ୟା ଦୂରୀକରଣ କରିବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଗୃହୀତ

ସଂଘୀୟ ବ୍ୟବସ୍ଥାରେ କୋଟିଆର ସମସ୍ୟା ଦୂରୀକରଣ କରିବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଗୃହୀତ

52

କୋରାପୁଟ ୦୬-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଂଚାୟତକୁ ଆନ୍ଧ୍ର ୩ ଭାଗ କରି  ପଂଚାୟତ ନିର୍ବାଚନ କରିସାରିଥିବା ବେଳେ ମଣ୍ଡଳ ପରିଷଦ ଓ ଜିଲ୍ଲାପରିଷଦ ସଭ୍ୟ ନିମନ୍ତେ ଆସନ୍ତା ୮ ତାରିଖରେ ନିର୍ବାଚନ କରିବାକୁ ଥିବା ବେଳେ ଏହାକୁ ପ୍ରତିରୋଧ କରିବାକୁ  କୋରାପୁଟଠାରେ ଏକ ସର୍ବଦଳୀୟ ବୈଠକ ଆୟୋଜନ କରାଯାଇଥିଲା ।ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି , ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ,ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ , ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ  ପ୍ରମୁଖ ଯୋଗଦେଇ ଆନ୍ଧ୍ର ଅଧିକାରୀମାନେ କୋଟିଆରେ ଅନୁପ୍ରବେଶ କରି  କୋଟିଆ ମାଟିରେ ନିର୍ବାଚନ କରାଇବାକୁ ନେଇ ତୀବ୍ର ବିରୋଧ କରିଥିଲେ ।ରାଜ୍ୟ ସରକାର କୋଟିଆର ବିକାଶ ନିମନ୍ତେ ୧୫୦ କୋଟି ଟଙ୍କା ଦେଇ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଥିବା ବେଳେ ଅନେକ କାର୍ଯ୍ୟ କରିବାକୁ ଯୋଜନା ରଖିଥିବାରୁ ବୈଠକରେ ରାଜ୍ୟ ସରକାରଙ୍କୁ ବକ୍ତମାନେ ଧନ୍ୟବାଦ ଅର୍ପଣ କରିଥିଲେ । କୋଟିଆ ବାସିନ୍ଦାଙ୍କୁ ଅର୍ଥ ଲୋଭ ଦେଖାଇ ନିଜର କରିବାକୁ ଆନ୍ଧ୍ର ଯେଉଁ ପ୍ରୟାସ କରୁଛି ତାହାକୁ ନେତାମାନେ ନାପସନ୍ଦ କରିଥିଲେ ।ଆସନ୍ତା ୮ ତାରିଖ ନିର୍ବାଚନରେ ଯେପରି କୋଟିଆ ଭୋଟର ଭାଗ ନେବେ ନାହିଁ ସେଥି ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଇଥିଲା  ଓ ଗତକାଲି ନେତାମାନେ କୋଟିଆଯାଇ ରାତ୍ରୀ ରହଣି କରିବେ ବୋଲି ପ୍ରକାଶ କରାଯାଇଥିଲା ।କିନ୍ତୁ ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ସ୍ଥଗିତ ରଖିଥିବାରୁ ରାତ୍ରୀରହଣୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣାପଡିଛି ।ଆନ୍ଧ୍ର ତରଫରୁ କୋଟିଆରେ ଯେଉଁ ଦଲାଲମାନଙ୍କୁ ମାସିକ ଅର୍ଥଦେଇ ରଖିଛନ୍ତି ଓ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତାବ ଗୃହୀତ ହୋଇଥିବା ଜିଲ୍ଲା ବିଜେଡି ସଭାପତି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।କୋଟିଆର ସ୍ଥାୟୀ ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା ଓ ସଂଘୀୟ ବ୍ୟବସ୍ଥା ଅନୁସାରେ ସ୍ଥାୟୀ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ପ୍ରସ୍ତାବ ଆସିଥିବା ସେ ପ୍ରକାଶ କରିଛନ୍ତି ।ଏହି ବୈଠକରେ ସମାଜିକ ସଂଗଠନର ପ୍ରଭାକର ଅଧିକାରୀ ,ସୁରେନ୍ଦ୍ର କରଣ ଓ ପି.କେ.ମହାନ୍ତି ,ବିଜେଡିର ରମାକାନ୍ତ ରାଉଲ ,ଉତ୍କଳ ରଂଜନ ନାୟକ , ଲିଙ୍ଗରାଜ ବେହେରା . ଲଲାଟ ରଂଜନ ସେଠୀ ,ଜୟନ୍ତ କୁମାର ମିଶ୍ର , ବାଲା ରାୟ ,ସୂର୍ଯ୍ୟ ନାରାୟଣ ରଥ ,ବିଜେପିର ଗୈାତମ ସାମନ୍ତରାୟ , ଜଗତଜ୍ୟୋତି ପାଙ୍ଗୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.