Home କୋରାପୁଟ କୋରାପୁଟ ଜିଲ୍ଲାରେ ୭୬ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୭୬ଜଣ କରୋନା ପଜିଟିଭ ଚିହ୍ନଟ

38

କୋରାପୁଟ ୨୭-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମଙ୍ଗଳବାର ଦିନ  ୨୭ଜଣ ମହିଳାଙ୍କ ସମେତ  ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୮୬୧୬ ରେ ପହଂଚିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧,ଜୟପୁର ପୌରାଂଚଳରୁ ୧୭  ଏବଂ ସୁନାବେଡା ପୌରାଂଚଳରୁ ୮  ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୩,ବୋରିଗୁମ୍ମାରୁ ୬,ଦଶମନ୍ତପୁର ବ୍ଲକରୁ ୪,ଜୟପୁର ବ୍ଲକରୁ ୩  ଓ କୋରାପୁଟ ବ୍ଲକରୁ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋଟପାଡ ବ୍ଲକରୁ ୪,କୁନ୍ଦୁରା ବ୍ଲକରୁ ୧, ଲକ୍ଷ୍ମୀପୁର ବ୍ଲକରୁ ୫,ନନ୍ଦପୁର ବ୍ଲକରୁ ୨ ଏବଂ ସେମିଲିଗୁଡା  ବ୍ଲକରୁ  ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୬  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮ ହଜାର ୮୮୨  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ  ପକ୍ଷରୁ ସୂଚନା ଦିଆଯାଇଛି ।  କୋରାପୁଟ ଜିଲ୍ଲାରେ ବର୍ତମାନ ସୁଦ୍ଧା ମୋଟ ୮୬୧୬ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବାବେଳେ ୮୦୨୬ଜଣ  ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ବର୍ତମାନ ମାତ୍ର ୫୨୩ଟି ଏକ୍ଟିଭ କେସ ଥିବାବେଳେ  ୧୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.