Home କୋରାପୁଟ ସୁନାବେଡାରେ ମହିଳାଙ୍କ ଆତ୍ମହତ୍ୟା

ସୁନାବେଡାରେ ମହିଳାଙ୍କ ଆତ୍ମହତ୍ୟା

63

କୋରାପୁଟ ୨୭-୦୪(ଓଡିଆ ପୁଅ /ରଂଜନ ଦାସ)ସୁନାବେଡା ହାଲ ଅଂଚଳରେ ଅତ୍ୟଧିକ ମାନସିକ ଚାପଗ୍ରସ୍ତ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣକ ହାଲର ପୂର୍ବତନ କର୍ମର୍ଚାରୀ ସ୍ୱର୍ଗତ ଆନନ୍ଦ ମଣ୍ଡଳଙ୍କ ପତ୍ନୀ ଶ୍ରାବଣୀ ମଲ୍ଲିକ ବୋଲି ଜଣାପଡିଛି । ତେବେ ଶ୍ରାବଣୀଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କଣ ହୋଇପାରେ ତାହା ଆତ୍ମହତ୍ୟା କରିବା ପୂର୍ବରୁ ଶ୍ରାବଣୀ  ନିଜେ  ରେକର୍ଡିଂ  କରି  ଅଡିଓ-ଭିଡିଓ ମାଧ୍ୟମରେ  ଦେଇଥିବା କେତେକ ତଥ୍ୟ ସମସ୍ତ ରହସ୍ୟ ଉନ୍ମୋଚନ କରିବ ବୋଲି ଆଲୋଚନା ହେଉଛି । ସୂଚନା ଥାଉକି ଶ୍ରାବଣୀ କିଛି ବର୍ଷ ପୂର୍ବେ   ସ୍ୱର୍ଗତ ଆନନ୍ଦ ମଣ୍ଡଳଙ୍କୁ ପ୍ରେମ ବିବାହ କରିଥିଲେ ।  ଉଭୟଙ୍କ ବିବାହକୁ ଆନନ୍ଦଙ୍କ ପରିବାର ଗ୍ରହଣ କରି ନ ଥିଲେ । ଆନନ୍ଦ ମଣ୍ଡଳ  ଓ କିଛି ହାଲ କର୍ମର୍ଚାରୀଙ୍କ  ମଧ୍ୟରେ ଟଙ୍କା ନେଣଦେଣ କାରବାର ଚାଲିଥିଲାବେଳେ  ଗତ ଫେବୃଆରୀ ୮ତାରିଖରେ  ଆନନ୍ଦଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ହାଲର କେତେକ କର୍ମଚାରୀ  ଶ୍ରାବଣୀକୁ ଟଙ୍କା ପାଇଁ  ବାରମ୍ବାର ମାନସିକ ଚାପ ଦେଉଥିଲେ  ବୋଲି ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିବା ପୂର୍ବରୁ ଶ୍ରାବଣୀ  ଏକ ଅଡିଓ-ଭିଡିଓ ଜଣେ ସମ୍ପର୍କୀୟଙ୍କ ନିକଟକୁ ପଠାଇଛନ୍ତି  ଯେଉଁଥିରେ ସେ ଆତ୍ମହତ୍ୟା କରିବାର କାରଣ ଓ ଆତ୍ମହତ୍ୟା କରିବା ପଛରେ କେଉଁ ମାନଙ୍କ ଚାପ ରହିଛି ତାହା  ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଶ୍ରାବଣୀ  ତାଙ୍କ ଶ୍ୱଶୁର ଘର ଲୋକ ଓ ହାଲର କେତେକ  ନିର୍ଦ୍ଧିଷ୍ଟ  ବ୍ୟକ୍ତିଙ୍କ  ନାଁ  ନେଇ ସେମାନଙ୍କୁ ଦାୟି କରିଛନ୍ତି । ସୁନାବେଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଅଡିଓ-ଭିଡିଓରେ ଶ୍ରାବଣୀ  ଦୋଷାରୋପ କରିଥିବା ଲୋକଙ୍କୁ ଜେରା କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି  ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.