Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୪୬ ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୪୬ ଜଣ କରୋନା ପଜିଟିଭ ଚିହ୍ନଟ

40

କୋରାପୁଟ ୧୪-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ ୯୩ ଜଣ ମହିଳାଙ୍କ ସମେତ   ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୦୯୦୧ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ସର୍ବାଧିକ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୪୧, ସୁନାବେଡା ପୌରାଂଚଳରୁ ୧୯ ଏବଂ କୋଟପାଡ ଏନଏସିରୁ   ଜଣେ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୧୫,ଦଶମନ୍ତପୁର ବ୍ଲକରୁ ୪,ଜୟପୁର ବ୍ଲକରୁ ୨୩  ଓ କୋରାପୁଟ ବ୍ଲକରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କୁନ୍ଦ୍ରା ବ୍ଲକରୁ ୧୬,ଲମତାପୁଟ ବ୍ଲକରୁ ୯,ଲକ୍ଷ୍ମୀପୁର ବ୍ଲକରୁ ୧୯,ନନ୍ଦପୁର ବ୍ଲକରୁ ୩,ପଟ୍ଟାଙ୍ଗୀ ବ୍ଲକରୁ ୩ ,ନାରାୟଣପାଟଣା ବ୍ଲକରୁ ୮,କୋଟପାଡ ବ୍ଲକରୁ ୩ ଏବଂ ସେମିଲିଗୁଡା  ବ୍ଲକରୁ  ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୩  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୪୬  ହଜାର ୩୯୭ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ସେହିପରି ମଇ ୧୩  ସୁଦ୍ଧା ଜିଲ୍ଲାର ମୋଟ   ଆକ୍ରାନ୍ତଙ୍କ ଭିତରୁ  ୯୨୫୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୬୨୪ ଟି ସକ୍ରୀୟ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.