Home କୋରାପୁଟ ପଣସ ବୋଝେଇ ଟ୍ରକରୁ  ୪୨୨ କେଜି ୩୦୦ ଗ୍ରାମ ଗଞେଇ ଜବତ ଓ ୨ ଗିରଫ

ପଣସ ବୋଝେଇ ଟ୍ରକରୁ  ୪୨୨ କେଜି ୩୦୦ ଗ୍ରାମ ଗଞେଇ ଜବତ ଓ ୨ ଗିରଫ

64

କୋରାପୁଟ ୧୪-୦୫(ଓଡିଆ ପୁଅ /ରଂଜନ ଦାସ) ଗଞେଇଚୋରା ଚାଲାଣକାରୀମାନେ ଯେ କୋଣସି  ଅଭିନବ ଉପାୟ ଅବଲମ୍ବନ କରି ଗଞେଇ ଚାଲାଣ କରୁଥିବା ବେଳେ  କୋରାପୁଟ ଜିଲ୍ଲା ପୋଲିସ ତାହାକୁ କାବୁ କରିବାରେ ସକ୍ଷମ ହେଉଥିବା ଜଣାପଡିଛି ।ଏକ ପଣସ ବୋଝେଇ ଟ୍ରକରେ ଗଞେଇ ଚୋରା ଚାଲାଣ କରାଯାଉଥିବା ସମୟରେ ମାଛକୁଣ୍ଡ ପୋଲିସ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ଓ ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ  ନେତୃତ୍ୟରେ ଲମତାପୁଟ ଓ ନନ୍ଦପୁର ପୋଲିସ ଦ୍ୱାରା ଦଳ ଗଠନ କରାଯାଇ ଲମତାପୁଟ ନିକଟସ୍ଥ ବଦପଡା ଘାଟିରେ ଗତକାଲି ରାତ୍ରୀରେ ଗାଡି ଯାଂଚ କରାଯାଉଥିଲା ।ଏହି ସମୟରେ ବାଡେଲ ଅଂଚଳରୁ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ ପୋଲିସ ଟ୍ରକଟିକୁ ଅଟକାଇଥିଲେ ।ଯାଂଚ ପରେ  ପଣସ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞେଇ ଥିବା ପୋଲିସ ଜାଣିବାକୁ ପାଇଥିଲେ ।ଓଜନ କରିବା ପରେ ୪୨୨ କେଜି ୩୦୦ ଗ୍ରାମ  ଗଞେଇ  ରହିଥିବା ଓ ଯାହାର ଆନୁମାନି ମୁଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।ଏହି ମାମଲାରେ ପୋଲିସ ରାଜସ୍ଥାନ ଅଂଚଳର ରାଜେଶ ଓ ବାବୁ ସିଂକୁ ଗିରଫ କରିଥିବା ଜଣାପଡିଛି ।୪୦ ଲକ୍ଷ ଟଙ୍କାର ଗଞେଇ ଜବତ ସହ ୨ ଟି ମୋବାଇଲ ଓ ଏଟିଏମ କାର୍ଡ ପୋଲିସ ଜବତ କରିଥିବା ଜଣାପଡିଛି ।ରାଜସ୍ଥାନ ଅଂଚଳକୁ ଗ ଞେଇ ଚାଲାଣ ହେଉଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଏସଡିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.