Home ଓଡ଼ିଶା କେନ୍ଦ୍ରାଂଚଳ ଅବକାରୀ ସ୍କ୍ୱାର୍ଡ ଦ୍ୱାରା ବ୍ୟାପକ ଚଢାଉ ରେ ବ୍ୟାପକ ମଦ ଜବତ ୩ ଗିରଫ

କେନ୍ଦ୍ରାଂଚଳ ଅବକାରୀ ସ୍କ୍ୱାର୍ଡ ଦ୍ୱାରା ବ୍ୟାପକ ଚଢାଉ ରେ ବ୍ୟାପକ ମଦ ଜବତ ୩ ଗିରଫ

22

ନୟାଗଡ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କେନ୍ଦ୍ରାଂଚଳ ଅବକାରୀ ବିଭାଗ ଗୁଇନ୍ଦା ସୂତ୍ରରୁ ଖବର ପାଇ ଇନିସ୍ ପେକ୍ଟର୍ ଜଗଦିଶ ସାମଲ ରଣପୁର ଅଂଚଳରେ ଚଢାଉ ବ୍ୟାପକ କରିଥିଲେ । ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରଣପୁର ଥାନା ନରସିଂହପୁର ଗ୍ରାମ ପଂଚାୟତ ନିହଲ ପ୍ରସାଦ ଗ୍ରାମରେ ଏକ ଚୋରା ମଦ କାରଖାନା ଉପରେ ଚଢାଉ କରି ୩୦୦୦ଲି ସ୍ପିରିଟ୍ , ୫୦୦୦ ମଦ ବୋତଲ ସିଲ୍ ଲେବୁଲ୍‌, ୧୦ ଲି. କାରାମେଲ୍ , ୧୦ ହଜାର ମଦ ବୋତଲ ଠିପି ଓ ମଦ ପ୍ୟାକିଂ ମେସିନ୍ ସହ ନକଲି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି ।

ମଦ କାରଖାନା ଚଳାଉଥିବା ଅଭିଯୋଗରେ ନିହଲପ୍ରସାଦ ର ମିନି ଅଙ୍ଗନବାଡି ର ସହାୟିକା ସୁଷମା ଜେନା(୩୨) ଓରଫ୍ ଟିକିନାକୁ ଗିରଫ କରିଥିବା ଜଣାପଡିଛି । ମଝିଆଁ ଖଣ୍ଡ ଗ୍ରାମ ପଂଚାୟତ ମଧୁପୁର ଗ୍ରାମରେ ଚଢାଉ କରି ୫୦ଲି. ବିଅର ଓ ୪ପେଟି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ସେହିଭଳି ଭାବରେ ନରସିଂହପୁର ଗ୍ରାମରେ ଚଢାଉ କରି ଦେଶୀ ମଦ ପଲିଥିନ୍‌, ମଦ ତିଆରି ମେସିନ୍ ଓ ଚୋରା ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ମଦ ତିଆରି ଓ ବିକ୍ରି ଅଭିଯୋଗରେ ଚୈତନ ସାହୁଙ୍କୁ ଗିରଫ କରିଥିବା ଜଣାପଡିଛି । ମଦ ବିକ୍ରି ଅଭିଯୋଗରେ ଯୁବକ ବସନ୍ତ ରାଉତଙ୍କୁ ଗିରଫ କରିଥିବା ଜଣାପଡିଛି । ଅବକାରୀ ଇନିସ୍ ପେକ୍ଟର୍ ଜଗଦିଶ ସାମଲଙ୍କ ସୂଚନା ଅନୁଯାୟୀ ଜବତ ଅସଲି ନକଲି ମଦ ଓ ମଦ ତିଆରି ସରଞାମର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ୩ଜଣ ଅଭିଯୁକ୍ତଙ୍କୁ ପ୍ରଥମେ କରୋନା ପରୀକ୍ଷଣ ପରେ କୋର୍ଟ୍ କୁ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ମାନଙ୍କର ଜାମିନ୍ ନାମଞୁର ହେବାରୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ରଣପୁର ଅଂଚଳରେ ଏହା ଏକ ବଡ ଧରଣର ଅବକାରୀ ଚଢାଉ ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.