Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୦ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୦ଜଣ କରୋନା ପଜିଟିଭ ଚିହ୍ନଟ

24

କୋରାପୁଟ ୧୮-୦୭(ଓଡିଆ ପୁଅ /ରଂଜନ ଦାସ) ରବିବାର କୋରାପୁଟ ଜିଲ୍ଲାରେ  ୪ଜଣ ମହିଳାଙ୍କ ସମେତ   ୧୦ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୭୧୯ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳରୁ ୧ ,ସୁନାବେଡା ପୌରାଂଚଳରୁ ୩ ଓ କୋଟପାଡ ଏନଏସିରୁ ୨ ଜଣ ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ସେହିପରି  ଆଜି କୋଟପାଡ ବ୍ଲକରୁ ୧,ଲମତାପୁଟରୁ ୨  ଏବଂ  ଲକ୍ଷ୍ମୀପୁର   ବ୍ଲକରୁ ଜଣେ  ଆକ୍ରାନ୍ତ ଚିହ୍ନଟ  ହୋଇଥିବା  ଜଣାପଡିଛି । କୋରାପୁଟ ପୌରାଂଚଳ ସମେତ ବନ୍ଧୁଗାଁ, ବୈପାରିଗୁଡା,ବୋରିଗୁମ୍ମା,ଦଶମନ୍ତପୁର,ଜୟପୁର ବ୍‌ଲକ୍‌,କୋରାପୁଟ ବ୍ଲକ୍‌, କୁନ୍ଦୁରା,ନନ୍ଦପୁର,ନାରାୟଣପାଟଣା, ପଟ୍ଟାଙ୍ଗୀ  ଏବଂ ସେମିଲିଗୁଡା ବ୍ଲକରୁ  ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୧୮  ତାରିଖ ସୁଦ୍ଧା ୪ ଲକ୍ଷ   ୨୫ ହଜାର  ୫୪୦ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୩୪୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୩୦୪ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ରବିବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୭   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.